ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୧୪ ଯାଏଁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେଲା ୟୁନିଟ୍‌-୪ ମାଛ ମାର୍କେଟ।

କରୋନା ପାଇଁ ସ୍ଥାନାନ୍ତର ହେଲା ଭୁବନେଶ୍ୱର ୟୁନିଟ୍‌-୪ ମାଛ ମାର୍କେଟ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ନମ୍ବରରେ ଥିବା ମାଛ ମାର୍କେଟ ଏଣିକି ଆସନ୍ତାକାଲିଠୁ ଶାସ୍ତ୍ରୀନଗର- ରେଡକ୍ରସ୍‌ ଭବନ ପଟେଲ ମାର୍ଗରେ ବସିବ।

ଚିକେନ୍‌, ମଟନ ଦୋକାନ ପୂର୍ବଭଳି ୪ ନମ୍ବରରେ ରହିବ। ଏହି ଦୋକାନ ସ୍ଥାନାନ୍ତର ହୋଇନାହିଁ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ମାଛ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଲାଗୁଛି। ଏହାଛଡ଼ା ମାଛ ବ୍ୟବସାୟୀମାନେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି। ଜାଗା କମ୍‌ ଥିବାରୁ ବ୍ୟବସାୟୀମାନେ ପାଖାପାଖି ବସି ବିକ୍ରି କରୁଥିବା ବେଳେ ଗ୍ରାହକମାନେ ମଧ୍ୟ ୧ ମିଟର ଦୂରତା ରକ୍ଷା କରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ପୂର୍ବରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ୪ ନମ୍ବର ପରିବା ହାଟ ଏବଂ ୧ ନମ୍ବର ପରିବା ହାଟ ସ୍ଥାନାନ୍ତର କରାଯାଇଥିଲା। ଲକ୍‌ଡାଉନ୍‌ ବେଳେ ମାଛ, ମାଂସ, ଅଣ୍ଡା ବିକ୍ରି ହୋଇପାରିବ ବୋଲି ସରକାର କହିଥିଲେ।

Comment