ଓଡ଼ିଶାଲାଇଭ୍ ବ୍ୟୁରୋ

BSNL ଉପଭୋକ୍ତାଙ୍କ ପାଇଁ ଖୁସୀ ଖବର। ଯେଉଁମାନେ ଅଧିକ ଡାଟା ଖର୍ଚ୍ଚ କରୁଛନ୍ତି ସେମାନଙ୍କ ପାଇଁ ଏକ ନୂଆ ଅଫର୍ ଆଣି ଦେଇଛି BSNL। ୩୬୫ ଦିନ ଭାଲିଡିଟି ସହ ୫ଶହ ଜିବି ପର୍ଯ୍ୟନ୍ତ ଡାଟା ଅଫର ଦେଉଛି। ପ୍ରାଥମିକ ସ୍ତରରେ ଏହାକୁ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଞ୍ଚ କରିଛି BSNL। ଆଗାମୀ ଦିନରେ ଏହା ସମସ୍ତ ଉପୋଭୋକ୍ତାଙ୍କ ପାଇଁ ଏହା ଉପଲବ୍ଧ ହେବା ନେଇ ସୂଚନା ମିଳିଛି।

ବେସରକାରୀ ଟେଲିକମ୍ କମ୍ପାନିଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ BSNL କମ୍ପାନି ପକ୍ଷରୁ ଏହି ପ୍ଲାନ ଲଞ୍ଚ କରାଯାଇଛି। କିଛି ଦିନ ତଳେ BSNL ତାର ୩୬୫ ଦିନିଆ ପ୍ଲାନରେ କିଛିଟା ପରିବର୍ତ୍ତନ ଆଣିଥିଲା। ପୂର୍ବରୁ ୧୬୯୯ ଟଙ୍କାରେ ୩୬୫ ଦିନ ପାଇଁ ଭାଲିଡିଟି ଦେଉଥିବା ବେଳେ ତାହାକୁ କମାଇ ୩୫୦ ଦିନର ଭାଲିଡିଟି କରାଯାଇଥିଲା।

BSNL ସ୍ଵତନ୍ତ୍ର ଶୁଳ୍କ ଭାଉଚରରେ ଦୁଇଟି ପ୍ଲାନ୍ ଲଞ୍ଚ କରିଛି। ଗୋଟିଏ ହେଉଛି ୬୯୩ ଟଙ୍କାର ଡାଟା ଭାଉଚର ଓ ଆଉ ଗୋଟିଏ ହେଉଛି ୧୨୧୨ ଟଙ୍କାର ଡାଟା ଭାଉଚର।

୬୯୩ ଟଙ୍କା ଓ ୧୨୧୨ ଟଙ୍କା ଡାଟା ଭାଉଚରରେ ମିଳୁଥିବା ଲାଭ

ପୂର୍ବୁର BSNL ତାର ଉପୋଭୋକ୍ତାମାନଙ୍କୁ ଡାଟା ଓନ୍‌ଲି ଅଫର ଦେଇ ଆସିଛି। ଏହି ଦୁଇଟି ଅଫର ମଧ୍ୟ ଡାଟା ଓନ୍‌ଲି ଅଫରର ଅନ୍ତର୍ଭୂକ୍ତ। ୬୯୩ ଟଙ୍କାର ଡାଟା ଭାଉଚର ରିଚାର୍ଜ କଲେ ୩ଶହ ଜିବିର ଡାଟା ସହ ୩୬୫ ଦିନର ଭାଲିଡିଟି ମିଳିବ। ସେହିଭଳି ୧୨୧୨ ଟଙ୍କାର ଡାଟା ଭାଉଚର ରିଚାର୍ଜ କଲେ ୫୦୦ଜିବି ଡାଟା ସହ ୩୬୫ ଦିନର ଭାଲିଡିଟି ମିଳିବ। ତେବେ ଏଥିରେ ଉପଭୋକ୍ତାମାନଙ୍କୁ କଲିଂ କିମ୍ବା ଏସଏମଏସ ସୁବିଧା ଦିଆଯାଇନାହିଁ।

ଅନ୍ୟ ଅଫର କଥା ଯଦି କହିବା BSNL ଏବେ ୫୫୧ଟଙ୍କାରେ ୯୦ଦିନର ଭାଲିଡିଟି ସହ ୪୫୦ ଜିବିର ଡାଟା ଅଫର ଦେଉଛି।

1 COMMENT

Comment