ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ଵରେ ମହାମାରୀ ରୂପ ନେଇଥିବା କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି କେନ୍ଦ୍ର ସରକାର। କରୋନା ମୁକାବିଲା ପାଇଁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସରୁକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଉଛି। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନଙ୍କ ପାଇଁ ପିପିଇ କିଟ୍ ଓ N95 ମାସ୍କ ତିଆରୀ କରାଯାଉଛି। ଏହାସହ ବାହାର ଦେଶରୁ ମଧ୍ୟରୁ ପିପିଇ କିଟ୍ ଓ N95 ମାସ୍କ ଆମଦାନୀ କରାଯାଉଛି।

ମହାମାରୀ କରୋନାକୁ ନେଇ ଲମ୍ବା ଲଢ଼େଇ ଲଢ଼ିବାକୁ ହେବ। ଏହି ଲଢ଼େଇରେ ଜିତିବାକୁ ହେବ ବୋଲି କହଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହି ଯୁଦ୍ଧପାଇଁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ରହିବାକୁ ହେବ। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସବୁଠାରୁ ଜରୁରୀ ଜିନିଷ ଉପକରଣ ହେଉଛି ପିପିଇ (ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ୍) କିଟ୍‌ ଓ N95 ମାସ୍କ। ଏହି ଦୁଇଟି ଉପକରଣ ଆବଶ୍ୟତା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବାହାର ଦେଶରୁ ପିପିଇ କିଟ୍ ଓ N95 ମାସ୍କ ଆମଦାନୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ସୁଦ୍ଧା ୧୧୨.୭୬ ଲକ୍ଷ N95 ମାସ୍କ ଓ ୧୫୭.୩୨ ଲକ୍ଷ ପିପିଇ କିଟ୍ ଅର୍ଡର ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଓ ପିପିଇ କିଟ୍ ମହଜୁଦ ରଖାଯାଇଛି। ୮୦ ଲକ୍ଷ ପିପିଇ କିଟ୍ ଓ N95 ମାସ୍କ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ମହଜୁଦ ରହିଛି। ଏହାସହ ପ୍ରତି ସପ୍ତାହରେ ୧୦ ଲକ୍ଷରୁ ଅଧିକ ପିପିଇ କିଟ୍ ଓ N95 ମାସ୍କ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଚୀନରୁ ଆସିଲା ପିପିଇ କିଟ୍ ଓ N95 ମାସ୍କ

ଭାରତରେ ବିଭିନ୍ନ ସ୍ଥାନରେ ମେଡିକାଲ ଉପକରଣ ପ୍ରସ୍ତୁତ କରାଯାଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୦ହଜାର ପିପିଇ କିଟ୍ ପ୍ରସ୍ତୁତ କରାଯାଇଛି। ଏହାସହ ବାହାର ଦେଶରୁ ମଧ୍ୟ ମେଡିକାଲ ଉପକରଣ ଆମଦାନୀ କରାଯାଉଛ। ଏପ୍ରିଲ ୬ତାରିଖରେ ଚୀନରୁ ୧ ଲକ୍ଷ ୭୦ହଜାର ପିପିଇ କିଟ୍ ଆସି ପହଞ୍ଚିଛି। ବିଭିନ୍ନ ମେଡିକାଲକୁ ୧ଲକ୍ଷ ୯୦ ହଜାର ପିପିଇ କିଟ୍ ବଣ୍ଟନ କରାଯିବ। ଚୀନରୁ ମୋଟ ୬୦ ଲକ୍ଷ ପିପିଇ କିଟ୍ ଓ N95 ମାସ୍କ ଆମଦାନୀ କରାଯିବ।

୧୧ ଏପ୍ରିଲରେ ସିଙ୍ଗାପୁରରୁ ଆସିବ ମାସ୍କ ଓ ପିପିଇ କିଟ୍

ଚୀନରୁ ପିପିଇ କିଟ୍ ଓ N95 ମାସ୍କ ଆସି ସାରିଛି। ଏହାସହ ସିଙ୍ଗାପୁରରୁ ମଧ୍ୟ ୮୦ ଲକ୍ଷ ମାସ୍କ ଓ ପିପିଇ କିଟ୍ ଆମଦାନୀ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ସିଙ୍ଗାପୁରରୁ ୨ଲକ୍ଷ ପିପିଇ କିଟ ଅଣାଯିବା। ଏହାପରେ ପ୍ରତି ସପ୍ତାହରେ ସିଙ୍ଗାପୁରରୁ ୮ ଲକ୍ଷ କିଟ୍ ଆମଦାନୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ବିକଳ୍ପ କରାଯାଉଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଭାରତରେ ପ୍ରତିଦିନ ୮୦ ହଜାର ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରହିଛି

ଉତ୍ତର ରେଳବାଇ ପକ୍ଷରୁ N95 ମାସ୍କ ତିଆରି କରାଯାଉଛି। ଏହାସହ DRDO ପକ୍ଷରୁ ମଧ୍ୟ କିଛି ମାସ୍କ ପ୍ରସ୍ତୁତ କରାଯାଉଛି। ଦେଶରେ ମାସ୍କ ଉତ୍ପାଦନ ବୃଦ୍ଧି କରାଯାଉଛି। ପ୍ରତିଦିନ ୮୦ ହଜାର ମାସ୍କ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ମାସ୍କ ଦେଶର ବିଭିନ୍ନ ମେଡିକାଲ ବା ଆବଶ୍ୟକ ଥିବା ସ୍ଥାନମାନଙ୍କରେ ଉପଲବ୍ଧ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ସେହିଭଳି ୬ଲକ୍ଷ ପିପିଇ କିଟ୍ ମଧ୍ୟ ଯୋଗାଇ ଦିଆଯାଇଛି।

corona

କରୋନାକୁ ନେଇ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା କରାଯାଉଛି। ଏହାସହ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Comment