ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଡାକ୍ତର, ନର୍ସ, କମ୍ପାଉଣ୍ଡର୍ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଜରୁରୀ ପିପିଇ କିଟ୍‌ କ’ଣ ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।

ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କାରୋନା ସହ ସଂଘର୍ଷ ପାଇଁ ମେଡିକାଲରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିଣାଯାଉଛି। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସବୁଠାରୁ ଜରୁରୀ  ଉପକରଣ ହେଉଛି ପିପିଇ (ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ୍) କିଟ୍‌ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ। corona

 

ପିପିଇ କିଟ୍ କ’ଣ?

ଲୋକମାନେ କରୋନା ଜୀବାଣୁକୁ ଏଡାଇବା ପାଇଁ ସାମାଜିକ ଦୂରତା ରକ୍ଷା କରୁଛନ୍ତି। ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧୁଛନ୍ତି। କିନ୍ତୁ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ, କମ୍ପାଉଣ୍ଡର୍ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅନେକ ପ୍ରକାରର ଜିନିଷ ପିନ୍ଧିବାକୁ ପଡୁଛି। ଏହିସବୁ ଜିନିଷଗୁଡ଼ିକ ହେଉଛି ପିପିଇ କିଟ୍। ଥରେ ବ୍ୟବହାର ହେବା ପରେ ଏହାକୁ ନଷ୍ଟ କରାଯାଏ।

ସୋମବାର ଭାରତକୁ ଚୀନ୍ ଠାରୁ ୧.୭ ଲକ୍ଷ ପିପିଇ କିଟ୍ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରସ୍ତୁତ ୨୦ ହଜାର ପିପିଇ କିଟ୍‌ ସହିତ ବର୍ତ୍ତମାନ ଡାକ୍ତରଖାନାକୁ ୧.୯୦ ଲକ୍ଷ ପିପିଇ କିଟ୍‌ ଯୋଗାଇ ଦିଆଯିବ।

୧୧ ଏପ୍ରିଲରେ ସିଙ୍ଗାପୁରରୁ ଆସିବ ମାସ୍କ ପିପିଇ କିଟ୍

ଚୀନରୁ ପିପିଇ କିଟ୍ ଓ N95 ମାସ୍କ ଆସି ସାରିଛି। ଏହାସହ ସିଙ୍ଗାପୁରରୁ ମଧ୍ୟ ୮୦ ଲକ୍ଷ ମାସ୍କ ଓ ପିପିଇ କିଟ୍ ଆମଦାନୀ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ସିଙ୍ଗାପୁରରୁ ୨ଲକ୍ଷ ପିପିଇ କିଟ ଅଣାଯିବା। ଏହାପରେ ପ୍ରତି ସପ୍ତାହରେ ସିଙ୍ଗାପୁରରୁ ୮ ଲକ୍ଷ କିଟ୍ ଆମଦାନୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ବିକଳ୍ପ କରାଯାଉଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Comment