ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆମେରିକାରେ ୧୧ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏବେବି ଆମେରିକାରେ ୧୬ଜଣ ଭାରତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା କରୋନା ଆକ୍ରାନ୍ତ ରହିଛନ୍ତି। ଏମାନେ ଭାରତର ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ରାଜ୍ୟ ବୋଲି ଜଣା ପଡ଼ିଛି। କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

ମୃତକମାନଙ୍କ ମଧ୍ୟରେ ୧୦ଜଣ ନ୍ୟୁୟର୍କରେ ବାସ କରୁଥିବା ବେଳେ ଜଣେ ନ୍ୟୁଜର୍ସିରେ ବାସ କରୁଥିଲେ। ସେମାନଙ୍କ ମଧ୍ୟରେ ୪ଜଣ ନ୍ୟୁୟର୍କରେ ଟାକ୍ସି ଡ୍ରାଇଭର ଭାବେ କାମ କରୁଥିବା ଜଣା ପଡ଼ିଛି।

corona

ଆମେରିକାରେ ଭାରତୀୟ କରୋନା ଆକ୍ରାନ୍ତଙ୍କୁ ଓ ଅନ୍ୟ ପ୍ରବାସୀ ଭାରତାୟଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଆମେରିକାରେ ଥିବା ଭାରତୀୟ ଦୂତାବାସ ଏନେଇ ବିଭିନ୍ନ ପଦକ୍ଷେପ ନେଉଛି।

ଆମରିକାରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସକୁ ରୋକିବା ପାଇଁ ଆମେରିକା କଡ଼ା କଟକଣା ଜାରି କରାଯାଇଛି।

Comment