ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ କଳାକାରଙ୍କ ପାଇଁ ପ୍ରେମ, ବାହଘର, ଛାଡ଼ପତ୍ର ଏକ ସାଧାରଣ କଥା ବୋଲି ଅନେକ କହନ୍ତି। କାରଣ ଅନେକ ସମୟରେ ଦେଖାଯାଏ ଯେ ଷ୍ଟାରମାନେ ବିବାହର କିଛି ବର୍ଷ ପରେ ଛାଡ଼ପତ୍ର ନିଅନ୍ତି ଏବଂ ପୁଣି ଦ୍ୱିତୀୟ ବିବାହ କରନ୍ତି। କିନ୍ତୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ ନକରି ଏକା ଏକା ଜୀବନ ବିତାଉଛନ୍ତି। ଆସନ୍ତୁ ଜାଣିବା ସେହି ସେଲିବ୍ରିଟିଙ୍କ ବିଷୟରେ…

କରିସ୍ମା କପୁର

କପୁର ଖାନଦାନର ବଡ଼ ଝିଅ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ବିବାହର ୧୩ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। କରିସ୍ମାଙ୍କଠୁ ଅଲଗା ହେବା ପରେ ସଞ୍ଜୟ ଅନ୍ୟତ୍ର ବିବାହ କରିଥିଲେ। ମାତ୍ର କରିସ୍ମା ଏଯାଏଁ ବିବାହ କରିନଥାନ୍ତି। ସେ ତାଙ୍କ ପିଲାମାନଙ୍କ ସହ ରହୁଛନ୍ତି।

ଅମୃତା ସିଂ

ଅମୃତା ସିଂହଙ୍କ ବିଷୟରେ ସଭିଏଁ ଜାଣନ୍ତି। ୧୯୯୧ରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ସେ ବିବାହ କରିଥିଲେ। ବିବାହର ୧୩ ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ। ଅମୃତାଙ୍କଠୁ ଅଲଗା ହେବା ପରେ ସୈଫ୍‌ ଅଭିନେତ୍ରୀ କରୀନାଙ୍କୁ ବିବାହ କରିଥିଲେ। ମାତ୍ର ଅମୃତା ବିବାହ ନକରି ଝିଅ ସାରା ଓ ପୁଅ ଇବ୍ରାହିମଙ୍କ ସହିତ ରହୁଛନ୍ତି।

କୋଙ୍କଣା ସେନ

ଅଭିନେତ୍ରୀ କୋଙ୍କଣା ସେନ୍‌ ଅଭିନେତ୍ରୀ ରଣବୀର ସୌରୀଙ୍କୁ  ୨୦୧୦ରେ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ କୋଙ୍କଣା ପରସ୍ପରଠୁ ଅଲଗା ହୋଇଥିଲେ। କୋଙ୍କଣା ଏବେ ନିଜ ଝିଅଙ୍କ ସହ ଏକା ରହୁଛନ୍ତି।

Comment