ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
Man caries his father to hospital

ଲକଡାଉନ୍ ପାଇଁ ଘରେ ପହଞ୍ଚିପାରିଲାନି ଗାଡ଼ି, ବାପାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପୁଅ।

କରୋନା ପାଇଁ ଏବେ ସାରା ଦେଶ ଲକଡାଉନ୍। ଯେଉଁ କାରଣରୁ ରାସ୍ତାରେ ଗାଡିମୋଟର ଗଡ଼ିବା ମଧ୍ୟ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଜଣେ ପୁଅ ତା’ ବାପାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେବା ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ବୁଧବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କେରଳ ରାଜ୍ୟର ପନଲୁର ସହରରେ। ଜଣେ ବ୍ୟକ୍ତି ତାଙ୍କ ୬୫ ବର୍ଷୀୟ ବୃଦ୍ଧ ବାପାଙ୍କୁ ହସ୍ପିଟାଲ ନେବା ପାଇଁ ଅଟୋ ଡକାଇଥିଲେ। ହେଲେ ଲକଡାଉନ୍ କାରଣରୁ ପୋଲିସ୍ ସେହି ଅଟୋକୁ ତାଙ୍କ ଘରଠାରୁ ଏକ କିଲୋମିଟର ଦୂରରେ ହିଁ ଅଟକାଇ ଦେଇଥିଲା। ହସ୍ପିଟାଲ ଅଛି ବୋଲି କହିଲେ ସୁଦ୍ଧା ପୋଲିସ୍ ଅଟୋକୁ ଛାଡ଼ିନଥିଲା।

Kerala man carry his father to hospital

ଶେଷରେ ସେହି ବ୍ୟକ୍ତିଜଣକ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ ତାଙ୍କ ବାପାଙ୍କୁ କାନ୍ଧରେ ବୋହି ଅଟୋ ପାଖକୁ ଦୌଡ଼ିଥିଲେ। ଘରଠାରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ସେ ତାଙ୍କ ବାପାଙ୍କୁ କାନ୍ଧରେ ବୋହି ଆଣିଥିଲେ। ଶେଷରେ ସେ ତାଙ୍କ ବାପାଙ୍କୁ କାନ୍ଧରେ ବୋହି ଅଟୋ ପାଖରେ ପହଞ୍ଚିଥିଲେ। ସେଠାରୁ ଅଟୋ ଯୋଗେ ସେ ହସ୍ପିଟାଲ ଯାଇଥିଲେ।

ତେବେ ଏହି ଘଟଣା ଦେଖିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ପୋଲିସ୍ ମେଡିକାଲ କାମ ଥିଲେ ସୁଦ୍ଧା କାହିଁକି ଅଟୋକୁ ଛାଡ଼ନଥିଲା ସେନେଇ କେତେକ ଲୋକ ପ୍ରଶ୍ନ କରିଛନ୍ତି। ସେହିପରି କେରଳର ରାଜ୍ୟ ମାନବାଧିକାର ଆୟୋଗ ଏନେଇ ଏକ ମାମଲା ରୁଜୁ କରିଛି।

Comment