ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ରାମାୟଣରେ ଏକ ସିନ୍‌ ସୋ’ର ସୀତା ଅର୍ଥାତ ଦୀପିକା ଚିଖାଲିଆଙ୍କୁ ବହୁତ ପସନ୍ଦ ଥିଲା। ଜାଣନ୍ତୁ ତାହା କେଉଁ ସିନ୍‌ ଥିଲା।

ଦୀର୍ଘ ବର୍ଷ ପରେ ଦୂରଦର୍ଶନରେ ରାମାୟଣ ପ୍ରସାରିତ ହେବା ପରେ ରାମାୟଣ ସହିତ ଜଡ଼ିତ କଳାକାର ଓ ତାଙ୍କ କାହାଣୀ ଜାଣିବାକୁ ଲୋକେ ଚାହୁଁଛନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ରାମାୟଣରେ ମାତା ସୀତା (ସୀତା) ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ବିଷୟରେ ଗୋଟିଏ କଥା କହିବୁ। କଥାଟା ହେଲା ରାମାନନ୍ଦ ସାଗରଙ୍କ ରାମାୟଣରେ କେଉଁ ସିନ୍‌ ଦୀପିକାଙ୍କର ସବୁଠୁ ପ୍ରିୟ ଥିଲା?

ତାଙ୍କ କହିବାନୁସାରେ, ଯେତେବେଳେ ପ୍ରଭୁ ରାମ ମାତା ସୀତାଙ୍କୁ ପରିତ୍ୟାଗ କରିଥିଲେ, ସେତେବେଳର ସେହି ଭାବବିହ୍ୱଳ ପୂର୍ଣ୍ଣ ଦୃଶ୍ୟ ତାଙ୍କର ପ୍ରିୟ ଥିଲା।

ଦୀପିକା ଚିଖାଲିଆ ମାତା ସୀତାଙ୍କ ଚରିତ୍ରରେ ବହୁତ ଭଲ ଅଭିନୟ କରିଥିଲେ ଏବଂ ସେ ଲୋକଙ୍କ ହୃଦୟ ଜିତିଥିଲେ। ସେହି ସମୟରେ ରାମାୟଣ ସବୁଠୁ ପ୍ରିୟ ପୁରାଣ ଭିତ୍ତିକ ସୋ’ ଥିଲା।

Comment