ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବାଲେଶ୍ୱରରୁ ଚିହ୍ନଟ ହେଲେ ପୁଣି ପାଞ୍ଚ ଜଣ କରୋନା ପଜିଟିଭ୍। ଜିଲ୍ଲାର କଣ୍ଟେନମେଣ୍ଟ୍ ଜୋନ୍ ଥିବା ଅଞ୍ଚଳରୁ ଏହି ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ସୋମବାର ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହୋଇଥିବା ଏହି ପାଞ୍ଚ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ପୁରୁଷ ହୋଇଥିବାବେଳେ ଆଉ ଚାରିଜଣ ମହିଳା ବୋଲି ଜଣାପଡ଼ିଛି। ପୁରୁଷ ଜଣକର ବୟସ ୨୭ ବର୍ଷ ହୋଇଥିବାବେଳେ ମହିଳାମାନଙ୍କର ବୟସ ଯଥାକ୍ରମେ ୫୫ ବର୍ଷ, ୨୨ ବର୍ଷ, ୨୩ ବର୍ଷ, ୨୯ ବର୍ଷ ଓ ୨୭ ବର୍ଷ ରହିଛି।

ଏହି ପାଞ୍ଚ ଜଣ କରୋନା ପଜିଟିଭଙ୍କୁ ମିଶାଇଲେ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୧୫ରେ ପହଞ୍ଚିଛି। ଏହା ପୂର୍ବରୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିଲା। ତେବେ ଏପର୍ଯ୍ୟନ୍ତ ଜିଲ୍ଲାର କୌଣସି କରୋନା ପଜିଟିଭ୍ ସୁସ୍ଥ ହୋଇନାହାନ୍ତି।

Comment