ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ଵତନ୍ତ୍ର ଫୋକସ୍‌ ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସହାୟତା ପାଇଁ ୩ ଆଇଏଏସ୍‌ଙ୍କୁ ଗଞ୍ଜାମ ପଠାଯାଇଛି। ଏମାନେ କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ଏନେଇ ସୂଚନା ଦେଇଛନ୍ତି ସୂଚନା ଲୋକ ସମ୍ପର୍କ ବିଭାଗ ବିଭାଗ ସଚିବ ସଞ୍ଜୟ ସିଂ।

ଗଞ୍ଜାମ ଜିଲ୍ଲାରେ ଗତ ୩ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ବର୍ତ୍ତମାନ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ସୁରତ ଫେରନ୍ତା ରହିଛନ୍ତି।

ଏଯାଏଁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ସୁର ଫେରନ୍ତା ହୋଇଥିବା ବେଳେ ଜଣେ କେରଳରୁ ଫେରିଥିଲେ। ସେଥିପାଇଁ ସରକାର ଏହିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।

Comment