ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନ୍ ପାଇଁ ବାରମ୍ବାର ବିବାହ ସ୍ଥଗିତ ରହୁଥିବାରୁ ୮୦ କିଲୋମିଟର ପାଦରେ ଚାଲି ଚାଲି ବରର ଗାଁରେ ପହଞ୍ଚିଲେ କନ୍ୟା। ମନ୍ଦିରର କଲେ ବିବାହ।

କରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଭିତରେ ଆପଣ ଅନେକ ବାହାଘର ଖବର ଶୁଣିଥିବେ। କିନ୍ତୁ ବାହା ହେବା ପାଇଁ ୮୦ କିଲୋମିଟର ପାଦରେ ଚାଲି ବର ଘରେ କନ୍ୟା ପହଞ୍ଚିବା ଘଟଣା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଉତ୍ତରପ୍ରଦେଶର କାନପୁରେ ଏଭଳି ଏକ ବାହାଘର ଅନୁଷ୍ଠିତ ହୋଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି।

ରିପୋର୍ଟ ଅନୁସାରେ କାନପୁର, ମଙ୍ଗଳପୁରର ଝିଅ ଗୋଲ୍ଡିଙ୍କ ସହିତ କନୌଜ ବୈସପୁରର ପୁଅ ରବିନ୍ଦ୍ର କୁମାର ରାଠୌରଙ୍କ ସହ ବିବାହ ସ୍ଥିର ହୋଇଥିଲା। ଏହି ବିବାହ ମେ’ ୪ରେ ହୋଇଥାନ୍ତା। ଲକଡାଉନ ଯୋଗୁଁ ବିବାହକୁ ସ୍ଥଗିତ ରଖାଯାଇଥିଲା। ୪ ମେ’ରେ ସ୍ଥିର ହୋଇଥିବା ବିବାହ ମେ’ ୧୭କୁ ଘୁଞ୍ଚାଯାଇଥିଲା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଲକଡାଉନ ଘୋଷଣା କରିଥିଲେ। ଏହାପରେ ଗୋଲ୍ଡି ଚାଲି ଚାଲି ବର ଘରକୁ ପହଞ୍ଚିବେ ବୋଲି ନିଷ୍ପତ୍ତି ନେଇଥିଲେ।

ବରର ପରିବାର ହଠାତ୍ କନ୍ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ତଥାପି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ପରିବାର ସହିତ କଥା ହୋଇଥିଲେ। ଉଭୟ ପରିବାରର ସହମତି ପରେ ଗୋଲ୍ଡି ଏବଂ ରବିନ୍ଦ୍ର ଗାଁର ଏକ ମନ୍ଦିରରେ ବିବାହ କରିଥିଲେ। ଗ୍ରାମବାସୀ ମଧ୍ୟ ଦୁହିଁଙ୍କ ବିବାହକୁ ସମର୍ଥନ କରିଥିଲେ ଏବଂ ସମାରୋହରେ ସାମାଜିକ ଦୂରତା ବଜାୟ ରଖିଥିଲେ।

Comment