ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଦେଶରେ ମେ’ ୩୧ ଯାଏଁ ଲକଡାଉନ୍‌ ଘୋଷଣା ହୋଇଛି। ଏଭଳି ପରିସ୍ଥିତିରେ ବଲିଉଡ ସେଲିବ୍ରିଟିମାନେ ଜିମ୍‌ ଯାଇ ପାରୁନାହାନ୍ତି। ଜିମ୍‌ ନଥିଲେ ବି ସେଲିବ୍ରିଟିମାନେ ସେମାନଙ୍କ ଫିଟନେସ୍‌ର ଯତ୍ନ ନେଉଛନ୍ତି। ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଜିମ୍‌ ଯାଇ ପାରୁନଥିବାରୁ ଘରେ ଏଭଳି ବନ୍ଦୋବସ୍ତ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ନିକଟରେ ପ୍ରୀତି ଜିଣ୍ଟା ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ବିନା ଜିମରେ ନିଜକୁ ଘରେ କିଭଳି ଫିଟ ରଖିଛନ୍ତି ସେ କଥା କହିଛନ୍ତି।

ଏହି ଭିଡିଓରେ ପ୍ରୀତି ଏକ ଖୁଣ୍ଟ ବ୍ୟାୟାମ କରୁଥିବା ଦେଖାଯାଇଛି। କ୍ୟାପସନରେ ପ୍ରୀତି ଲେଖିଛନ୍ତି, ”କ୍ୱାରେଣ୍ଟିନ୍ ସମୟରେ ନିଜକୁ କିପରି ଫିଟ୍ ରଖିବେ? ତାହାର ଆବିଷ୍କାର,  ସରଳ ଶବ୍ଦରେ ଏହାକୁ କୁହାଯାଏ ‘ଜୁଗାଡ’”। ପ୍ରୀତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ତାଙ୍କ ପ୍ରଶଂସକମାନେ ବି ପସନ୍ଦ କରିଛନ୍ତି।

Comment