ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କରୋନା ସବୁ ରେକର୍ଡ ଭାଙ୍ଗି ଦେଇଛି। ସେଠାରେ ଗତ ୨୪ ଘଣ୍ଟାରେ ୧୧୦୬ଟି ନୂଆ କରୋନା ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିଭଳି ସେଠାରେ ମୃତ୍ୟୁସଂଖ୍ୟା ମଧ୍ୟ ୪ ଶହ ପାଖାପାଖି ପହଞ୍ଚିଛି।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଣମାଧ୍ୟମ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ତା ସହ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀରେ ୫୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏନେଇ ମନୀଷ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଖାସ, ଜ୍ୱର ଓ କରୋନାର ଲକ୍ଷଣ  ନାହିଁ ତେବେ ହସ୍ପିଟାଲ ଆସନ୍ତୁ ନାହିଁ। ନିଜ ଘରେ ହିଁ ଅଲଗା ରୁମରେ ରହିବାକୁ ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ  ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ସେଠାରେ ଏବେ ସୁଦ୍ଧା ୧୭ ହଜାର ୩୮୬ଟି ମାମଲା ସାମନାକୁ ଆସିଛି। ସେଥିମଧ୍ୟରୁ ୩୯୮ ଜଣ ପ୍ରାଣ ହରାଇଥିବାବେଳେ ୭୮୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment