ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ସମୟ କାଟୁଥିବା ଦିଲ୍ଲୀ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀର ସୀମାକୁ ସିଲ୍ କରିଛନ୍ତି ଦିଲ୍ଲୀ ସରକାର।

ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲକଡାଉନକୁ ନେଇ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ସେ କହିଛନ୍ତି ଯେ, ଦିଲ୍ଲୀରେ କରୋନା ପଜିଟିଭ୍ କେସ୍ ବୃଦ୍ଧି ପାଉଛି। ତେଣୁ ଆଗାମୀ ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀର ସୀମାକୁ ସିଲ୍ କରାଯାଉଛି।

ଏଥିସହିତ ଦିଲ୍ଲୀ ଭିତରେ ଲକଡାଉନ୍ କଟକଣା ମଧ୍ୟ କୋହଳ ହେବା ନେଇ ମୁଖ୍ୟମନ୍ତ୍ରୀ କେଜରିୱାଲ ଘୋଷଣା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ ଦିଲ୍ଲୀରେ ଯେଉଁ ସବୁ କଟକଣା କୋହଳ କରାଯାଇଥିଲା ତାହା ଏବେ ବି ରହିଛି। ଏଥିସହ ସେଲୁନ୍, ବଜାରର ସବୁ ଦୋକାନ ମଧ୍ୟ ଖୋଲାରହିପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏତଦବ୍ୟତୀତ ଦିଲ୍ଲୀର ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା କରାଯିବ। ଦିଲ୍ଲୀ ବର୍ଡର ଖୋଲା ରହିବା କାରଣରୁ ଅନ୍ୟ ଅଞ୍ଚଳରୁ ଲୋକମାନେ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି। ଏହାଫଳରେ ଦିଲ୍ଲୀବାସୀମାନେ ଠିକଭାବେ ଚିକିତ୍ସା ପାଇପାରୁନାହାନ୍ତି। ତେଣୁ ଦିଲ୍ଲୀ ସୀମା ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି।

Comment