ଓଡ଼ିଶାଲାଇଭ୍‌ ବ୍ୟୁରୋ

 ବଲିଉଡ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କୁ ହରାଇଛି। ୪୨ ବର୍ଷ ବୟସରେ ରବିବାର ରାତିରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

୧୯୯୮ ରେ ରିଲିଜ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର୍‌ କିଆ ତୋ ଡରନା କ୍ୟା’ ଜରିଆରେ ଓ୍ୱାଜିଦ ବଲିଉଡରେ ଡେବ୍ୟୁ କରିଥିଲେ। ଦୁଇ ଭାଇ ସାଜିଦ-ଓ୍ୱାଜିଦ୍‌ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲା। ବଲିଉଡରେ ସାଜିଦ ଓ୍ୱାଜିଦ ଯୋଡ଼ି ଭାବେ ସେ ପ୍ରସିଦ୍ଧ ଥିଲେ।

ଏହି ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଓ୍ୱାଜିଦ ସଲମାନଙ୍କ ବହୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ନିଜେ କଣ୍ଠଦାନ କରିଥିଲେ। ଭାଗ୍ୟର ବିଡ଼ମ୍ବନା ଏମିତି ଯେ ଜୀବନର ଶେଷ ସମୟରେ ବି ସେ ସଲମାନଙ୍କ ଗୀତକୁ କମ୍ପୋଜ କରିଥିଲେ।

ଇଦ୍‌ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଗୀତକୁ ‘ଭାଇ ଭାଇ’ ସାଜିଦ ଏବଂ ୱାଜିଦ୍ କମ୍ପୋଜ କରିଥିଲେ। ଇଦ୍ ଅବସରରେ ଏହି ଗୀତ ସମାଜରେ ଭାଇଚାରା ବାର୍ତ୍ତା ଦେଇଥିଲା।

ସାଜିଦ ଓ୍ୱାଜିଦ ତାଙ୍କୁ କ୍ୟାରିୟର ଭିତରେ ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓ୍ୱାଜିଦଙ୍କ ବିୟୋଗ ଫଳରେ ଏହି ସୁପରହିଟ ଯୋଡ଼ି ଭାଙ୍ଗିଯାଇଛି। ଓ୍ୱାଜିଦ ସଲମାନଙ୍କ ଅତି ନିକଟତର ମଧ୍ୟ ଥିଲେ।

Comment