ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ବିବାହକୁ ୪୬ ବର୍ଷ ପୂରା ହୋଇଛି। ୪୭ତମ ବିବାହ ବାର୍ଷିକୀରେ ଜୟାଙ୍କ ସହ କିଛି ଫଟୋ ସେୟାର କରି ଅମିତାଭ ତାଙ୍କ ବିବାହର ସିକ୍ରେଟ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଅମିତାଭଙ୍କ ଫିଲ୍ମ ଜଞ୍ଜିର ସୁପରହିଟ୍‌ ହେଲେ ସେ ଲଣ୍ଡନ ଯିବେ ସ୍ଥିର କରିଥିଲେ। ଏକଥା ସେ ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କ ବାପା ଯେତେବେଳେ ପଚାରିଥିଲେ ଲଣ୍ଡନ ତୁମେ କାହା ସଙ୍ଗେ ଯିବ?

ସେତେବେଳେ ଅମିତାଭ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ତାଙ୍କ ବାପା କହିଥିଲେ କି ତୁମେ ଯଦି ତାଙ୍କ ସହ ଲଣ୍ଡନ ଯିବ, ତାହାଲେ ତାଙ୍କୁ ତୁମେ ବିବାହ କର ନହେଲେ ତୁମେ ଯାଇ ପାରିବ ନାହିଁ। ଅମିତାଭ ତାଙ୍କ ବାପାଙ୍କର ଆଜ୍ଞା ପାଳନ କରିଥିଲେ। ଅର୍ଥାତ ସେ ଜୟାଙ୍କ ସହ ଳଣ୍ଡନ ଯିବାକୁ ଚାହୁଁଥିଲେ। ବାପାଙ୍କ ଆଜ୍ଞା ପରେ ସେ ସେ ଜୟାଙ୍କୁ ବିବାହ କରିଥିଲେ।

ଅମିତାଭ ନିଜେ ଫଟୋ ପୋଷ୍ଟ କରିବା ସହିତ କ୍ୟାପସନରେ ତାଙ୍କ ବିବାହର ସିକ୍ରେଟ ବିଷୟରେ କହିଛନ୍ତି। ଅମିତାଭଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ଅମିତାଭ ଜୁନ ୩, ୧୯୭୩ରେ ଜୟାଙ୍କୁ ବିବାହ କରିଥିଲେ। ଜୟା ଓ ଅମିତାଭ ଏକାଠି କିଛି ଫିଲ୍ମରେ ଏକାଠି କାମ ମଧ୍ୟ କରିଥିଲେ। ‘ବଂଶୀ ବିରଜୁ’ ସେମାନଙ୍କ ପ୍ରଥମ ଫିଲ୍ମ ଥିଲା।

Comment