ଓଡ଼ିଶାଲାଇଭ୍ ବ୍ୟୁରୋ

covid 19 bus

ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ହଜାର ହଜାର ଲୋକଙ୍କର କରୋନା ଟେଷ୍ଟ ହେଉଛି। ତେବେ ମୁମ୍ବାଇର ଏକ ବସକୁ କରୋନା ଟେଷ୍ଟିଂ ସେଣ୍ଟରରେ ପରିଣତ କରାଯାଇଛି। ମେ ୧ରେ ଆଇ.ଆଇ.ଟି କାଉନସିଲ୍ ଦ୍ୱାରା କରୋନା ଟେଷ୍ଟ କରୁଥିବା ଏହି ବସଟିକୁ ଲଞ୍ଚ୍ କରାଯାଇଛି।

ମୁମ୍ବାଇରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୦୦୦ ପାର୍ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୩୦୦ ପାର୍ କରିସାରିଲାଣି। ତେଣୁ କରୋନା ସହ ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଏହି ବସ୍ ତିଆରି କରାଯାଇଛି ବୋଲି କହିଛନ୍ତି IIT ଆଲୁମିନିର ପ୍ରେସିଡେଣ୍ଟ୍ ରବି ଶର୍ମା। ମହାରାଷ୍ଟ୍ରରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦେଖି ସେଠାରେ ଏହି ବସର ବ୍ୟବହାର କରିବାକୁ ଲକ୍ଷ ରଖାଯାଇଛି।

covid 19 bus

ଏହି ବସରେ ଅନ୍ ବୋର୍ଡ ଜେନେଟିକ୍ ଟେଷ୍ଟିଂ, ଟେଲିରେଡିଓଲୋଜୀ ଏବଂ ଡିଜିଟାଲ୍ ଏକ୍ସ-ରେର ସୁବିଧା ଅଛି। ଏହା ବ୍ୟତୀତ ଏଠାରେ ବ୍ଲଡ୍ ଟେଷ୍ଟ ଏବଂ ଅକ୍ସିଜେନ୍ ସେଚୁରେସନ୍ ଟେଷ୍ଟ ମଧ୍ୟ କରାଯାଇପାରିବ। ପ୍ରତ୍ୟକ ଥର ସାମ୍ପଲ୍ କଲେକ୍ସନ୍ କରିବା ପରେ ଏହି ବସକୁ ଡିସଇନଫେକ୍ଟ କରାଯାଉଛି। ଏଥିଯୋଗୁଁ ଏପର୍ଯ୍ୟନ୍ତ ଗୋଟିଏ ଦିନରେ କେବଳ ୧୦ରୁ ୧୫ଟି ଟେଷ୍ଟ ସାମ୍ପଲ୍ ନିଆଯାଇପାରୁଛି।

covid 19 bus

ତେବେ ଏହି ବସ୍ ରାଜ୍ୟ ତଥା ସହରର ବିଭିନ୍ନ ଅଞ୍ଚଳଗୁଡ଼ିକୁ ଯାଇ ଲୋକଙ୍କର କରୋନା ଟେଷ୍ଟ କରିପାରିବ। ସାଧାରଣତଃ କରୋନା ପରୀକ୍ଷା କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୁଏ, ତାହାଠାରୁ ପ୍ରାୟ ୮୦ ପ୍ରତିଶତ କମରେ ଲୋକମାନେ ଏହି ବସ ଯୋଗେ କରୋନା ଟେଷ୍ଟ କରିପାରିବେ। ତେବେ ବର୍ତ୍ତମାନ ପାଇଁ କେବଳ କରୋନା ଯୋଦ୍ଧା ଯେପରିକି ପୋଲିସ, ସାନିଟାଇଜେସନ୍ କର୍ମଚାରୀ ଅଥବା ଅନ୍ୟାନ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ କରୋନା ପରୀକ୍ଷାରେ ଏହାକୁ ବ୍ୟବହାର କରାଯାଉଛି। ଯଥା ଶ୍ରୀଘ୍ର ସାଧାରଣ ଲୋକଙ୍କ କରୋନା ପରୀକ୍ଷା ପାଇଁ ଏହି ବସ୍ ବ୍ୟବହାର କରିବାକୁ ଲକ୍ଷ ରଖାଯାଇଛି।

Comment