ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘଦିନର ନିରବତା ପରେ ପୁଣି ଆକ୍ସନ ମୋଡରେ ସିବିଆଇ। ଆରମ୍ଭ କରିଛି ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ କେଳେଙ୍କାରିର ଖୋଳତାଡ଼। ଏହି ଘଟଣାରେ ମଧ୍ୟସ୍ଥି କୁହାଯାଉଥିବା ଶୁଭଙ୍କରଙ୍କୁ ଆଜି ଘଣ୍ଟାଏ ଜେରା କରିଛି ସିବିଆଇ।

ସମସ୍ତଙ୍କ ଅଗୋଚରରେ ସିବିଆଇ ଶୁଭଙ୍କରଙ୍କୁ ଡକାଇ ଏଥିରେ କେଉଁ ଅଫିସରମାନେ ସାମିଲ ଥିଲେ ସେନେଇ ଗୁଡ଼ାଏ ପ୍ରଶ୍ନ ପଚାରିଛି। ଦୁଇ ଜଣ ଆଇଏସ୍‌ ଓ ଜଣେ ଆଇପିଏସ୍‌ ଅଫିସରଙ୍କ ସଂପୃକ୍ତି ନେଇ ଜେରା କରାଯାଇଥିବା ଜଣାପଡ଼ିଛି। ଏନେଇ ସିବିଆଇର କୌଣସି ଅଧିକାରୀ ଏବେ ଯାଏଁ ମୁହଁ ଖୋଲିନାହାନ୍ତି।

ପୂର୍ବରୁ ସିସୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ ଶୁଭଙ୍କର। ହେଲେ ପୁଣି ଜଣେ ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ସିସୋରର ଖୋଳତାଡ଼ ବେଳେ ଏବେ ଶୁଙ୍କରଙ୍କ ଡାଏରୀ ଖୋଲିଛି ସିବିଆଇ।

Comment