ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରରେ ଭାରତୀୟ ସେନାଙ୍କୁ ବଡ଼ ଧରଣର ସଫଳତା। ଆତଙ୍କୀ ଦମନ ଅଭିଯାନରେ ୭ ଆତଙ୍କୀ ନିହତ ହୋଇଛନ୍ତି। ଶୋପିଆଁରେ ୫ ଓ ପାମ୍ପୋରରେ ୩ ଆତଙ୍କୀଙ୍କୁ ନିହତ କରିଛନ୍ତି ଭାରତୀୟ ଯବାନ। ବର୍ତ୍ତମାନ ସେଠାରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି।

ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୁଇ ପୃଥକ ଅଭିଯାନରେ ସେନାକୁ ବଡ଼ ସଫଳତା ହାସଲ ହୋଇଛି। ୪୪-ଆର୍‌ଆର୍‌, ଏସ୍‌ଓଜି, ସିଆର୍‌ପିଏଫ୍‌ ମିଳିତ ଭାବେ ଏହି ଅଭିଯାନ ହୋଇଥିଲା।

ଗୁରୁବାର ସକାଳୁ ଏହି ଅପରେସନ ଆରମ୍ଭ ହୋଇଥିଲା। ଅନ୍ଧାର ହୋଇଯିବା ଯୋଗୁଁ ଗୁରୁବାର ଅପରେସନ ବନ୍ଦ ହୋଇଥିଲା। ହେଲେ ସେହିଦିନ ଜଣେ ଆତଙ୍କୀକୁ ଏନକାଉଣ୍ଟର କରିଥିଲା ସେନା। ଶୁକ୍ରବାର ୭ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।

Comment