ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ୨୨ କୋଭିଡ୍‌ ଯୋଦ୍ଧା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ୧୮ ଜଣ ରହିଥିବା ବେଳେ ମାଲକାନଗିରିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ଶେରଗଡ଼ର ୨ ଜଣ, ରଙ୍ଗେଇଲୁଣ୍ଡାର ୭ ଜଣ, ସାନଖେମୁଣ୍ଡି, ପୋଲସରା, କୁକୁଡାଖଣ୍ଡି, ଭଞ୍ଜନଗର, ମୁନିସପାଲଟି ଓ ପୁରୁଷୋତ୍ତମପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୧୧୨ ଜଣ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି।

ସେହିପରି ମାଲକାନଗିରିରୁ ୪ ଜଣ ବିଏସ୍‌ଏଫ ଯବାନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ଯୁପି ଓ ରାଜସ୍ଥାନରୁ ଫେରି କ୍ଵାରେଣ୍ଟାଇନ୍‌ରେ ଥିଲେ।

ଏହାସହ ଆଜି ଗଞ୍ଜାମରୁ ୫୮ ଓ ମାଲକାନଗିରିରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି।

Comment