ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ହୋଇଥିବା ଲକଡାଉନ ଯୋଗୁଁ ବହୁ ଲୋକଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। କଳାକାରମାନେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। କାରଣ ଦୀର୍ଘ ଦିନରୁ କାର୍ଯ୍ୟକ୍ରମ ବନ୍ଦ ହେବା ସହିତ ସୁଟିଂ ମଧ୍ୟ ବନ୍ଦ ରହିଛି। ଫଳରେ କିଛି କଳାକାର ଏବେ ପରିବା ବିକି ପରିବାର ପୋଷୁଥିବା ନଜର ଆସୁଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ବଲିଉଡ ଅଭିନେତା ଜାବେଦ ହାଇଦର। ଯିଏ ସଲମାନ ଖାନ, ଅମିର ଖାନଙ୍କ ଭଳି ଷ୍ଟାରଙ୍କ ସହିତ କାମ କରିଛନ୍ତି।

ଅମୀର ଖାନଙ୍କ ଫିଲ୍ମ ଗୁଲାମରେ କାମ କରିଥିବା ଜାବେଦଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଘର ଘର ବୁଲି ପରିବା ବିକ୍ରି କରୁଥିବା ନଜର ଆସିଛନ୍ତି।

ଜାବେଦ ଶିଶୁ କଳାକାର ଭାବେ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମରେ କାମ କରିବା ପରେ ପରିବା ବିକ୍ରିକୁ ନେଇ ଜାବେଦ କହନ୍ତି,‘‘କୌଣସି କାମ କେବେ ହେଲେ ଛୋଟବଡ଼ ନୁହେଁ। ଜୀବନର ସବୁ ପରିସ୍ଥିତିରେ ସଂଘର୍ଷ କରିବା ଦରକାର। ପରିଶ୍ରମ କରି ରୋଜଗାର କରିବା ଦରକାର।”

Comment