ଓଡିଶାଲାଇଭ ବ୍ୟୁରୋ
କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଅନ୍ଲକ୍-୨ ଗାଇଡ୍ଲାଇନ୍। ଏହି ଗାଇଡ୍ଲାଇନ୍ ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁନ୍ ପହିଲାରୁ କେନ୍ଦ୍ର ସରକାର ଅନଲକ୍-୧ ଜାରି କରିଥିଲେ।
- ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ।
- ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ।
- ଆନ୍ତର୍ଜାତିକ ବିମାନ ସେବା ଓ ମେଟ୍ରୋ ରେଳସେବା ବନ୍ଦ।
- କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ କଟକଣା।
- ଗୃହ ମନ୍ତ୍ରାଳୟର ଗାଇଡ୍ଲାଇନ୍ ଅନୁସାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ କଣ୍ଟେନମେଣ୍ଟ ଜୋନ।
- ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ପାର୍କ, ବନ୍ଦ ରହିବ।
- ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଭିତ୍ତିକ ସମାବେଶ ବନ୍ଦ।
- ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ।
- ବିବାହ ଉତ୍ସବରେ ୫୦ ଜଣ ସାମିଲ ହୋଇପାରିବେ।
- ଶବଦାହ ବେଳେ ୨୦ ଜଣ ସାମିଲ ହୋଇପାରିବେ।
- ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା ସେବନ ବନ୍ଦ।