ଓଡିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୯,୧୪୮ଜଣ ନୂଆ କରୋନା ପଜିଟିଭ୍। ଏହାସହିତ ଦେଶରେ ୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ୪୩୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭,୮୩୪କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୦୪,୬୪୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩,୫୯,୮୬୦ ଜଣ ସୁସ୍ଥ ହେବା ସହ ୨,୨୬,୯୪୭ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧,୮୦,୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଠାରେ ୮,୦୫୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୨୮୦୩ ଜଣ, ଗୁଜୁରାଟରେ ୧୮୬୭ ଜଣ ଓ ତାମିଲନାଡୁରେ ୧୨୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Comment