ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରେ ପ୍ରାଣ ହରାଇଲେ ଆଉ ୫ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଗଞ୍ଜାମ ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଗଞ୍ଜାମ ଜିଲ୍ଲାର କରୋନା ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ସେହିଭଳି ଭୁବନେଶ୍ୱରର ମଧ୍ୟ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହାକୁ  ମିଶାଇ ରାଜ୍ୟରେ ମୋଟ ୩୪ ଜଣ କରୋନା ରୋଗୀ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ ୨୦ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ  ଖୋର୍ଦ୍ଧାରୁ ୭ , କଟକରୁ ୪, ପୁରୀରୁ ୧, ବରଗଡ଼ରୁ ୧ ଓ ଅନୁଗୁଳରୁ ଜଣେ ପ୍ରାଣ ହରାଇସାରିଲେଣି।

Comment