ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଜୁଲାଇ ୬ରେ ରିଲିଜ ହେବାକୁ ଯାଉଛି ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚେରା’ର ଟ୍ରେଲର।

ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ନବାଗତା ସଞ୍ଜନା ସଂଘୀ। ମୁକେଶ ଛାବଡ଼ା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମଟି ଦୁଇ କ୍ୟାନସର ରୋଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ ପରସ୍ପର ପ୍ରେମରେ ପଡ଼ିଯାଇଛନ୍ତି। ଫିଲ୍ମଟି ଡିସ୍ନି ହଟଷ୍ଟାରରେ ଜୁଲାଇ ୨୪ରେ ରିଲିଜ ହେବାକୁ ଯାଉଛି। ଫିଲ୍ମକୁ ଥିଏଟରରେ ରିଲିଜ କରିବାକୁ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଅନୁରୋଧ କରିଥିଲେ। କିନ୍ତୁ କରୋନା ଭାଇରସ ପାଇଁ ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଉଛି।sushant-1

ଅନ୍ୟପକ୍ଷରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏଯାଏଁ ଭୁଲି ପାରିନାହାନ୍ତି ପ୍ରଂଶସକ। ମୃତ୍ୟୁକୁ ବହୁ ଦିନ ବିତିଥିଲେ ବି ଏବେ ସୁଦ୍ଧା ସୁଶାନ୍ତଙ୍କ ବହୁ ପୁରୁଣା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comment