ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋdil bechara-1

ରିଲିଜ ହେଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର। ରିଲିଜ ହେବାର ମାତ୍ର କିଛି ସମୟ ଭିତରେ ସୋସିଆଲ ମିଡିଆରେ ଏହାକୁ ଭଲ ରେସପନ୍ସ ମିଳିଛି। ପ୍ରଂଶସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ରେଲରକୁ ନେଇ ନିଜର ମତ ରଖିଛନ୍ତି।dil bechara-2

୨ ମିନିଟ ୪୩ ସେକେଣ୍ଡର ଟ୍ରେଲରେ ସୁଶାନ୍ତ ଓ ନବାଗତ ସଞ୍ଜନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ପ୍ରେମ ଓ ମୃତ୍ୟୁ ଉପରେ ଆଧାରିତ ଏହି ଫିଲ୍ମରେ ସବୁ ସମସ୍ୟା ଭିତରେ ବି ଜୀବନ କିଭଳି ଖୁସିରେ ବିତାଇବା କଥା ତାହା ହିଁ ଦେଖାଯାଇଛି। ଜଣେ କ୍ୟାନ୍ସର ପୀଡ଼ିତା ଝିଅ କିଭଳି ପ୍ରେମରେ ପଡ଼ି ଯାଉଛି ତାକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢ଼ିଛି।

ମିକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସ୍ନି ହଟଷ୍ଟାରରେ ଜୁଲାଇ ୨୪ରେ ରିଲିଜ ହେବାକୁ ଯାଉଛି। ଫିଲ୍ମକୁ ଥିଏଟରରେ ରିଲିଜ କରିବାକୁ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଅନୁରୋଧ କରିଥିଲେ। କିନ୍ତୁ କରୋନା ଭାଇରସ ପାଇଁ ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଉଛି।

Comment