ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ସ୍ଥିତି ସାଙ୍ଘାତିକ
  • ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୦
  • ମୃତ୍ୟୁ ସଂଖ୍ୟା ୫୬
  • କେବଳ ଗଞ୍ଜାମରୁ ୩୦ ମୃତ
  • ୨ ଲକ୍ଷ ଆଣ୍ଟିଜେନ କିଟ୍‌ ମଗାଇଲା ଓଡ଼ିଶା
  • ଏସ୍‌ସିବିରେ ହେବ ପ୍ଲାଜମା ହବ୍‌

ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେଉଥିଲେ ମଧ୍ୟ କରୋନା କାବୁ ହେଉନି। ପ୍ରତିଦିନ ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସ୍ଥିତି ଅଣାୟତ୍ତ ହୋଇଯାଇଛି।

ଆଜି ରେକର୍ଡ ସଂଖ୍ୟା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେଲା ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ୭୫୫ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ଗତ ୩ ତାରିଖରେ ୫୬୧, ୭ ତାରିଖରେ ୫୭୧, ୮ରେ ୫୨୩, ୯ରେ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ତାରିଖରେ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

CGU newଏପଟେ ମୃତ୍ୟୁ ସଂଖ୍ୟାରେ ବି ରୋକ୍‌ ଲାଗିନି। ଆଜି ବି ୪ ଜଣଙ୍କ ଜୀବନ ଯାଇଛି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସରକାର ସୂଚନା ଦେଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରେ ଗତକାଲିଠୁ ଘଣ ଘର ବୁଲି ସ୍କ୍ରିନିଂ କରାଯାଉଛି। ଅକ୍ସିମିଟର ଟେଷ୍ଟିଂ କରାଯାଉଛି। ହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ମୋଟ ୭୫୫ ଆକ୍ରାନ୍ତଙ୍କ ଭିତରୁ କେବଳ ଗଞ୍ଜାମରୁ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

‘‘ଏବେ ବି ଲୋକମାନେ ଲକ୍ଷଣ ଲୁଚାଉଛନ୍ତି। କରୋନା ଲକ୍ଷଣ ଦେଖାଦେଲେ ପ୍ରଶାସନକୁ ଜଣାଇବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କିଛି ଲୋକ ଶୁଣୁ ନାହାନ୍ତି। ଏଣୁ ଆମେ ଘର ଘର ବୁଲି ସର୍ଭେ କରୁଛୁ’’, କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଏପଟେ ଆଣ୍ଟିଜେନ୍‌ ଟେଷ୍ଟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧ ଲକ୍ଷ ଆଣ୍ଟିଜେନ କିଟ୍‌ ମଗାଇଛି ଓଡ଼ିଶା। ପ୍ରତିଦିନ ୨ ହଜାର ଆଣ୍ଟିଜେନ ଟେଷ୍ଟ ଏବଂ ୬ ହଜାର ଆର୍‌ଟିପିସିଆର ଟେଷ୍ଟ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି। ଏସ୍‌ସିବିରେ ପ୍ଲାଜମା ହବ୍‌ କରିବାକୁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି।

Comment