ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Jacqueline Fernandez6

ବଲିଉଡରେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଗଣାଯାଆନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍। ତେବେ କ’ଣ ଆପଣ ଜାଣନ୍ତି? ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଶ୍ରୀଲଙ୍କାରେ ଏକ ଟିଭି ରିପୋର୍ଟର ଭାବେ ସେ କାମ କରୁଥିଲେ। ଜ୍ୟାକଲିନ ସିଡନୀରେ ମାସ୍ କମ୍ୟୁନିକେସନ ପଢ଼ିବା ପରେ ଶ୍ରୀଲଙ୍କା ଫେରି ସେଠାରେ ଟିଭି ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ।

CGU new

ଆକ୍ଟିଂ କୋର୍ସ କରିଥିଲେ ମଧ୍ୟ ରିପୋଟିଂ ପ୍ରଫେସନକୁ ସେ ବେଶ୍ ପସନ୍ଦ କରୁଥିଲେ। ଏହି ସମୟରୁ ହିଁ ତାଙ୍କୁ ମଡେଲିଂର ଅଫର୍ ଆସିବା ଆରମ୍ଭ ହୋଇଯାଇଥିଲା। ଏହାପରେ ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କାର ବିଜେତା ହୋଇ ମିସ୍ ୟୁନିଭର୍ସ ୨୦୦୬ରେ ନିଜ ଦେଶକୁ ରିପ୍ରେଜେଣ୍ଟ କରିଥିଲେ।

Jacqueline Fernandez6

ଏହାର ତିନି ବର୍ଷ ପରେ ୨୦୦୯ରେ ଫିଲ୍ମ ‘ଆଲାଦୀନ’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୦ରେ ହିଟ୍ ଫିଲ୍ମ ‘ହାଉସଫୁଲ’ ତାଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା। ତେବେ ଆଜି ବି ସେ ନିଜ ରିପୋର୍ଟିଂ ଟାଇମକୁ ମିସ୍ କରନ୍ତି। ଆକ୍ଟିଂ ତାଙ୍କ ପ୍ୟାସନ୍ ହେଲେ ରିପୋର୍ଟିଂ ତାଙ୍କ କ୍ୟାରିୟର ପାଇଁ ପ୍ରଥମ ପସନ୍ଦ ଥିଲା।

Comment