ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ସବୁ ଦେଶମାନଙ୍କ ମଧ୍ୟରେ କରୋନା ସଂକ୍ରମଣରେ ଆମେରିକା ବେଶୀ ପ୍ରଭାବିତ ହୋଇଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି। କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଯେଉଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଆସିଛି ତାହା ସବୁ ରେକର୍ଡ ଭାଙ୍ଗି ଦେଇଛି।

କାରଣ ଗତ ୨୪ ଘଣ୍ଟାରେ ଆମେରିକାରେ ୭୦ ହଜାରରୁ ଅଧିକ କରୋନା କେସ୍‌ ଆସିଛି। ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୩୧.୮୩.୮୫୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।CGU new

ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୨ ହଜାର ୩୯ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୧୬ ହଜାର ୫୭୯କୁ ବୃଦ୍ଧି ହୋଇଥିଲା ବେଳେ ୭୩ ଲକ୍ଷ ୨୭ ହଜାର ୩୬୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଆମେରିକାରେ ସର୍ବାଧିକ ୧ ଲକ୍ଷ ୩୬ ହଜାର ୬୭୧ ଜଣଙ୍କ ମୃତ୍ୟୁ ହୋଇଛି।

Comment