ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା ଭାଇରସ। କରୋନାରେ ପୀଡ଼ିତ ଥିବା ଆଉ ୫ ଜଣ ଆକ୍ରାନ୍ତ ଶନିବାର ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୬୧କୁ ବୃଦ୍ଧି ପାଇଛି।

ପ୍ରାଣ ହରାଇଥିବା ଏହି ଆକ୍ରାନ୍ତଙ୍କ ଭିତରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଭୁବନେଶ୍ୱର, କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ରୋଗୀମାନେ କରୋନାରେ ପୀଡ଼ିତ ଥିବା ସହିତ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।CGU newସେହିପରି ରାଜ୍ୟରେ ଆଜି ଆଉ ଗୋଟିଏ ଅଣକୋଭିଡ୍ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ାର ଜଣେ ୬୨ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Comment