ଓଡ଼ିଶାଲାଇଭ୍ ବ୍ୟୁରୋ

କୁତବ ମିନାର, ପୃଥିବୀର ଏକ ଉଚ୍ଚ ସ୍ତମ୍ଭ ଭାବେ ସାରାବିଶ୍ୱରେ ପ୍ରସିଦ୍ଧ। ଏହା ରାଜଧାନୀ ଦିଲ୍ଲୀର ମେହରୋଲି ଅଞ୍ଚଳରେ ରହିଛି। ଏହାର ଉଚ୍ଚତା ୭୩ ମିଟର ବା ୨୩୯.୫ ଫୁଟ ଅଟେ। ଏଥିରେ ୩୭୯ ଟି ପାହାଚ ଅଛି, ଯାହା ସ୍ତମ୍ଭର ଶିଖରକୁ ଯାଇଛି।CGU new

ଏହା ଜାତିସଂଘର ୟୁନେସ୍କୋ ସଂସ୍ଥା ଦ୍ୱରା ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟ ସ୍ଥଳ ଭିତରୁ ଗୋଟିଏ। ଏହାର ଚାରିପାଖରେ ମଧ୍ୟ ଐୗତିହାସକ ଦୃଶ୍ୟ ଦେଖିବାକୁ ମିଳେ। ଏହାକୁ ଦେଖି ବହୁ ପର୍ଯ୍ୟଟକ ମଧ୍ୟ ଆସନ୍ତି। ଏହି ସ୍ତମ୍ଭ ମୁସଲମାନ ଶାସକ କୁତବୁଦ୍ଦିନ ଆଇବାକଙ୍କ ନାମରେ ନାମିତ ହୋଇଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବରୁ କୁତବ ମିନାର ଭିତରେ ପ୍ରବେଶ କରିବାକୁ ଅନୁମତି ମିଳୁଥିଲା। କିନ୍ତୁ ୪ ଡିସେମ୍ବର ୧୯୮୧ରେ ଏଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୪୫ ଜଣ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ପରେ କୁତବ ମିନାର ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା।

Comment