ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରେ ପ୍ରାଣ ହରାଇଲେ ଆଉ ୬ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ଭିତରୁ ୪ ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ସେହିପରି ଜଣେ ଆକ୍ରାନ୍ତ କଟକ ଓ ଆଉ ଜଣେ ଭୁବନେଶ୍ୱରର ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି। ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇସାରିଲେଣି। ସେହିଭଳି ଖୋର୍ଦ୍ଧାରୁ ୧୦, କଟକରୁ ୭, ପୁରୀରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।CGU newଅନ୍ୟପଟେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା,ରାୟଗଡ଼ା, ଗଜପତି, ଅନୁଗୁଳ, ସୁନ୍ଦରଗଡ଼ ଓ ବରଗଡ଼ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଏଯାବତ ମୋଟ ୯୧ ଜଣ କରୋନା ରୋଗୀ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ ୭୦ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ବାକି ୨୧ ଜଣ ଅନ୍ୟ ରୋଗ କାରଣରୁ ପ୍ରାଣ ହରାଇଛନ୍ତି।

Comment