ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଖୋର୍ଦ୍ଧା, ଭୁବନେଶ୍ୱର, ଗଞ୍ଜାମ ଓ କଟକର ଜଣେ ଲେଖାଏଁ ଆକ୍ରାନ୍ତ ମୃତ
  • ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

କରୋନାରେ ପ୍ରାଣ ହରାଇଲେ ଆଉ ୪ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ଭିତରେ ଜଣେ ଗଞ୍ଜାମ ଜିଲ୍ଲାରୁ ହୋଇଥିବାବେଳେ, ଜଣେ ଖୋର୍ଦ୍ଧା, ଜଣେ ଭୁବନେଶ୍ୱର ଓ ଆଉ ଜଣେ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ଚାରିଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିପରି ସୁନ୍ଦରଗଡ଼ର ଜଣେ ବର୍ଷେ ତିନିମାସର ଶିଶୁ କରୋନାରେ ଆକ୍ରାନ୍ତ ଥାଇ ପ୍ରାଣ ହରାଇଛି। ହେଲେ ସେ କରୋନାରେ ପ୍ରାଣ ନହରାଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଯାବତ ରାଜ୍ୟରେ ମୋଟ ୭୪ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୪୪ ଜଣ ରହିଥିବାବେଳେ, ଖୋର୍ଦ୍ଧାରୁ ୧୨ ଓ କଟକରୁ ୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପୁରୀରୁ ୨, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।CGU new

ରାୟଗଡ଼, ଅନୁଗୁଳ, ଗଜପତି, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି।

Comment