ଓଡ଼ିଶାଲାଇଭ୍‌ ବ୍ୟୁରୋ

ଠିକ୍‌ ଏକ ମାସ ତଳେ ଜୁନ୍‌ ୧୪ ତାରିଖ ଦିନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଅଭିନେତା ସୁଶାନ୍ତ ସିଂ ଯେ ଆଉ ଏ ଦୁନିଆରେ ନାହାନ୍ତି ଏକଥା କେହିବି ଗ୍ରହଣ କରିପାରିନଥିଲେ।

ତାଙ୍କ ମୃତ୍ୟୁ ଖବର ପୂରା ବଲିଉଡ ଇଣ୍ଡଷ୍ଟ୍ରିକୁ ଏକ ଶକ୍ତ ଧକ୍କା ଦେଇଥିଲା। ସେଲିବ୍ରିଟଙ୍କଠାରୁ ଆରମ୍ଭ କରି ପ୍ରଂଶସକଙ୍କ ଯାଏଁ ଏବେ ବି ଏହି ଦୁଃଖର ବାହାରି ପାରିନାହାନ୍ତି ଅନେକ। ସୁଶାନ୍ତଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ତାଙ୍କର କିଛି ଫ୍ୟାନ୍ସ ଆତ୍ମହତ୍ୟା କରିଥିବାର ଖବର ମଧ୍ୟ ଆସିଥିଲା।CGU new

ଜୁନ୍‌ ୧୪ ତାରିଖ, ସମୟ ପ୍ରାୟ ୧୨ଟା ହେବ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଆସିଥିଲା। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜିର ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଇଥିଲା। ହେଲେ ସୁଶାନ୍ତ କାହିଁକି ଡିପ୍ରେସନରେ ଥିଲେ ତାହା ଏଯାଏଁ ବି ଜଣାପଡ଼ିନି।sushant

ସୁଶାନ୍ତଙ୍କ ଡିପ୍ରେସନର କାରଣ ଖୋଜୁଛି ପୋଲିସ। ୧ ମାସ ମଧ୍ୟରେ ପ୍ରାୟ ୩୦ ଜଣଙ୍କୁ ଜେରା କରିସାରିଲାଣି ପୋଲିସ। ମାତ୍ର ଏଯାଏଁ କୌଣସି ସିଦ୍ଧାନ୍ତରେ ପହଞ୍ଚିନି ପୋଲିସ।

ଅନ୍ୟପଟେ ଗତ ୧ ମାସ ମଧ୍ୟରେ ସୁଶାନ୍ତଙ୍କୁ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଜରିଆରେ ତାଙ୍କ ସ୍ମତି ମନେ ପକାଉଛନ୍ତି ଦର୍ଶକ।

ସେହିପରି ଆସନ୍ତା ଜୁଲାଇ ୨୪ରେ ସୁଶାନ୍ତ ଶେଷ ଫିଲ୍ମ ଦିଲ ବେଚେରା ମଧ୍ୟ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ସୁଶାନ୍ତଙ୍କ ଫ୍ୟାନ୍ସ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Comment