ଓଡିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷାରେ ରାୟଗଡ଼ାର ୬୯.୬୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କାଶୀପୁର ଏସଏସଭିଏମର ଛାତ୍ର ସତ୍ୟବ୍ରତ ନାୟକ ଜିଲ୍ଲା ସ୍ତରରେ ସର୍ବଧିକ ୫୭୭ ମାର୍କ ରଖି ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଡିବିପି ବିଦ୍ୟାଳୟ ଗୁମୁଡ଼ାର ଛାତ୍ର ପଦ୍ମଲୋଚନ ମିଶ୍ର ସର୍ବମୋଟ ୫୬୮ମାର୍କ ରଖିଛନ୍ତି।

ସେହିପିର ୟୁଏଚ୍‌ଏସ୍ ବିଦ୍ୟାଳୟ ଡେରିଗାଁ ବିଦ୍ୟାର୍ଥୀ ଗୁଡାଲା ସାଇଶ୍ରୀ ସୁବୁଦ୍ଧି ୫୪୭ ମାର୍କ ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାର ମୋନାଲିଶା ସାହୁ, ସୋନୁଶେଖର ପୃଷ୍ଟି ଯଥାକ୍ରମେ ୯୦.୬ ଓ ୯୦ ପ୍ରତିଶତ ମାର୍କ ରଖି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

ଚଳିତବର୍ଷ ଜିଲ୍ଲାରୁ ମୋଟ ୧୦,୧୩୯ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୭୦୫୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ପାସ୍‌ହାର ଅଧିକ ରହିଛି। ୩୬୨୩ ଜଣ ଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୩୪୩୪ ରହିଛି।ପରୀକ୍ଷାରେ ଏ୧ ଶ୍ରେଣୀରେ ପାଞ୍ଚଜଣ ଶିକ୍ଷାର୍ଥୀ ପାସ୍ କରିଛନ୍ତି। ସେହିପରି ଏ୨ ଶ୍ରେଣୀରେ ୬୫ ଜଣ, ବି ଶ୍ରେଣୀରେ ୧୩୮ ଜଣ, ବି୨ ଶ୍ରେଣୀରେ ୨୫୧ ଜଣ, ସି ଶ୍ରେଣୀରେ ୪୮୩ ଜଣ, ଡି ଶ୍ରେଣୀରେ ୧୨୫୯ ଜଣ ଏବଂ ଇ ଶ୍ରେଣୀରେ ସର୍ବାଧିକ ୪୮୫୬ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି।

ଅନ୍ୟପକ୍ଷେ ଜିଲ୍ଲାରେ ଏକ୍ସ ରେଗୁଲାର ପାସ୍‌ହାର ୫୧.୩୫ ପ୍ରତିଶତ ରହିଛି। ଏବର୍ଷ ୬୭୯ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୪୮ ଜଣ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୧୮୭ ଜଣ ଛାତ୍ରୀ ଏବଂ ୧୬୧ ଜଣ ଛାତ୍ର ପାସ୍ କରିଛନ୍ତି।

Comment