ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏବେ ଜଣେ ବେଶ୍‌ ପରିଚିତ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ଆକର୍ଷଣୀୟ ଚେହେରା ଓ ଭଲ ଅଭିନୟ ପାଇଁ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୯୨ରେ ଜନ୍ମିତ କିଆରା ଆଜି ୨୮ ବର୍ଷ ବୟସରେ ପାଦ ଦେଇଛନ୍ତି।

ଏହି ଅବସରରେ କିଆରାଙ୍କ ଆଫେୟାର ଓ ବ୍ରେକଅପର  କଥା ଜାଣିବା…

କିଆରା ଆଡଭାନି ଦି ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍’ ଫେମ୍ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍ କରୁଛନ୍ତି। ସିଦ୍ଧାର୍ଥ ପୂର୍ବରୁ ଆଲିଆ ଭଟ୍ଟଙ୍କ ସହ ରିଲେସନସିପ୍‌ରେ ଥିଲେ। ଏ ଦୁହେଁ ପାଖାପାଖି ଦୁଇ ବର୍ଷ ଧରି ଲିଭଇନରେ ରହିଥିଲେ।

 

ହେଲେ ପରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା। ଏହାପରେ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ଅନ୍ୟ ଜଣେ ଗ୍ଲାମରସ ହିରୋଇନ୍ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଡେଟ୍ କରିଥିଲେ। ସିଦ୍ଧାର୍ଥ ଓ ଜାକଲିନ୍ ଏକାଠି ଏ ଜେଣ୍ଟଲମ୍ୟାନ୍‌’ ଫିଲ୍ମରେ ଏକାଠି କାମ କରିଥିଲେ। ଏ ଦୁହିଁଙ୍କର ପ୍ରେମ ସମ୍ପର୍କ ବି ବେଶୀ ଦିନ ତିଷ୍ଠି ନଥିଲା।

ସିଦ୍ଧାର୍ଥ ଓ କିଆରା ପ୍ରାୟ ଛଅ ମାସ ହେବ ପରସ୍ପରକୁ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି। ହେଲେ ଏ ଦୁହିଁଙ୍କର ପ୍ରେମ କାହାଣୀ ଆଗକୁ ବ୍ରେକ୍ ଅପ୍‌ର ରୂପ ନେଉଛି କି ସେ ଦୁହେଁ ବିବାହ କରୁଛନ୍ତି, ତାହା ସମୟ କହିବ। ‘ଦି ଲଷ୍ଟ ଷ୍ଟୋରିଜ୍’ର ସୁଟିଂ ସମୟରେ କିଆରାର ଆଡଭାନି ଅନ୍ୟ ଜଣେ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବୋଲି କୁହାଯାଏ।

ଏହି ଅଭିନେତା ଜଣକ ହେଲେ ଭିକି କୌଶଲ। ଏ ଦୁହେଁ ଖୁବ୍ କ୍ଲୋଜ୍ ଥିଲେ ବୋଲି କୁହାଯାଏ। ଉଭୟେ ଭିକି ଓ କିଆରା ସେତେବେଳେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିନଥିଲେ। ଏଣୁ ଦୁହେଁ ପରସ୍ପରକୁ ସମୟ ଦେଇପାରିନଥିଲେ। ଏହି କାରଣରୁ ଭିକି କୌଶଲ ଓ କିଆରା ଆଡଭାନିଙ୍କର ବ୍ରେକ୍ଅପ୍ ହୋଇଥିଲା ବୋଲି କୁହାଯାଏ।

Comment