ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଘଣ୍ଟାର ଅପେକ୍ଷା। ରାତି ପାହିଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜା। ଏହାପୂର୍ବରୁ କିନ୍ତୁ ପୂରା ରାମମୟ ହୋଇଗଲାଣି ରାମନଗରୀ।

ସ୍ଥାନେ ସ୍ଥାନେ ଚିତ୍ରିତ ହୋଇ ପ୍ରଭୁ ଶ୍ରୀରାମଙ୍କ ଚିତ୍ର। କାନ୍ଥରେ ଲେଖା ହୋଇଛି ଶ୍ରୀରାମଙ୍କ ବାଣୀ। ଏମିତି ଲାଗୁଛି ଯେମିତି ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗୀନ ହୋଇଛି ରାମନଗରୀ। କେଉଁଠି ହନୁମାନଙ୍କ ବିଶାଳକାୟ ମୂର୍ତ୍ତିର ଚିତ୍ର କରାଯାଇଛି ତ କେଉଁଠି ରାଜା ଦଶରଥଙ୍କ ରାଜପ୍ରସାଦକୁ ଚିତ୍ରରେ ଜୀବନ୍ତ କରାଯାଇଛି।

ସେହିପରି ଭୂମି ପୂଜା ପାଇଁ ୫ ହଜାରରୁ ଅଧିକ ମାଟିର କଳସକୁ  ସୁନ୍ଦର ଭାବେ ସଜ୍ଜିତ କରାଯାଇଛି। ଅଯୋଧ୍ୟାରେ ଦୀପ ଉତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାର ଏହି ଚିତ୍ରକୁ ଦେଖିଲେ ତ୍ରେତୟା ଯୁଗ ଫେରିଲା ଭଳି ଅନୁଭବ ହେଉଛି।

ଭୂମି ପୂଜାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ। ଅନ୍ୟପକ୍ଷରେ ଭୂମି ପୂଜା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

Comment