ଓଡ଼ିଶାଲାଇଭ୍ ବ୍ୟୁରୋ

matric examନିଟ୍ ଓ ଜେଇଇ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟରୁ ମିଳିଲା ସବୁଜ ସଙ୍କେତ। ଏହି ଦୁଇ ପରୀକ୍ଷା ଆୟୋଜନ ନକରିବାକୁ ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ୍ ଖଣ୍ଡପୀଠ ଆଜି ଏହି ଦୁଇ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଯାହା ଫଳରେ କୋଭିଡ୍ ପରିସ୍ଥିତି ମଧ୍ୟରେ ଏହି ଦୁଇ ପରୀକ୍ଷା ହେବ ବୋଲି ନିଶ୍ଚିତ ହୋଇଯାଇଛି।BGUଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ଆସନ୍ତା ସେପ୍ଟେମ୍ବର ୧ରୁ ୬  ଭିତରେ ଆୟୋଜିତ ହେବାର ଅଛି। ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ମଧ୍ୟ ସେପ୍ଟେମ୍ବର ୧୩ରେ ହେବ। ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଏହାକୁ ବନ୍ଦ କରିବାକୁ ଆବେଦନ ହୋଇଥିଲା। ହେଲେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Comment