ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡ ହିରୋଙ୍କୁ ଟକ୍କର ଦେଉଥିବା ହ୍ୟାଣ୍ଡସମ୍‌ ହଙ୍କ୍ ଇନ୍ଦର କୁମାରଙ୍କ କ୍ୟାରିଅର କାହିଁକି ବର୍‌ବାଦ୍ ହୋଇଗଲା ଜାଣନ୍ତୁ..

ଅଭିନେତା ଇନ୍ଦର କୁମାର ୧୯୭୩ ମସିହା ଅଗଷ୍ଟ ୨୬ ତାରିଖରେ ଜନ୍ମ ହୋଇଥିଲେ। ୧୯୯୬ରେ ଫିଲ୍ମ ‘ମାସୁମ’ ଜରିଆରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ଇନ୍ଦର ଅନେକ ଫିଲ୍ମରେ ନଜର ଆସିଥିଲେ। ତେବେ ଅଧିକାଂଶ ଫିଲ୍ମରେ ସେ ସହାୟକ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ନିଜର ଆକର୍ଷଣୀୟ ଚେହେରା ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିବା ଇନ୍ଦର ୨୦୧୭ ମସିହାରେ ହୃଦଘାତରେ ପ୍ରାଣ ହରାଇଥିଲେ।ସମକାଳୀନ ଅଭିନେତାଙ୍କୁ ଦେଉଥିଲେ ଟକ୍କର

ଚକୋଲେଟ୍ ଚେହେରାବିଶିଷ୍ଟ ଇନ୍ଦର ଯେତେବେଳେ ବଲିଉଡକୁ ଆସିଥିଲେ ସେତେବେଳେ ନିଜ ସମକାଳୀନ ଅଭିନେତାମାନଙ୍କୁ ସେ ଟକ୍କର ଦେଉଥିଲେ। ଅବଶ୍ୟ ତାଙ୍କୁ ସେତେ ବେଶୀ ସଫଳତା ମିଳିପାରିଲା ନାହିଁ। ଫିଲ୍ମ ବ୍ୟତୀତ ସେ ଟିଭି ସୋରେ ମଧ୍ୟ କାମ କରିଥିଲେ। ଲୋକପ୍ରିୟ ‘ଟିଭି ସୋ କ୍ୟୁଁକି ସାସ୍ ଭି କଭି ବହୁ ଥୀ’ ରେ ସେ ମିହିର ବିରାନୀ ଚରିତ୍ରରେ ନଜର ଆସିଥିଲେ।

ବିଫଳତା ଯୋଗୁଁ ନିଶାଖୋର ହୋଇଗଲେ

ବହୁ ବର୍ଷର କଠିନ ପରିଶ୍ରମ ପରେ ମଧ୍ୟ ଇନ୍ଦରଙ୍କୁ ସେତେ ବେଶୀ ସଫଳତା ମିଳିନଥିଲା। ଇନ୍ଦର ସୁପରଷ୍ଟାର ହୋଇନପାରି ନିରାଶ ହୋଇଥିଲେ ଏବଂ ଏହି ନିରାଶପଣ ତାଙ୍କୁ ନିଶାଖୋର କରିଦେଇଥିଲା।BGUକ୍ୟାରିଅର ବର୍‌ବାଦ୍ କରିଦେଲା ଦୁର୍ଘଟଣା
ଏହାରି ଭିତରେ ଇନ୍ଦରଙ୍କ ସହିତ ଏକ ଦୁର୍ଘଟଣା ଘଟିଗଲା। ଯାହାକି ତାଙ୍କ କ୍ୟାରିଅର ଉପରେ ଖରାପ ପ୍ରଭାବ ପକାଇଥିଲା। ନିର୍ଦ୍ଦେଶକ ପାର୍ଥୀ ଘୋଷଙ୍କ ଫିଲ୍ମ ମସୀହାରେ ଇନ୍ଦର, ସୁନୀଲ ସେଟ୍ଟୀଙ୍କ ସହିତ କାମ କରୁଥିଲେ। ଫିଲ୍ମରେ ହେଲିକପ୍ଟରର ଏକ ସିନ୍ ଥିଲା। ଇନ୍ଦର ହେଲିକପ୍ଟରରେ ଥାଇ ନିଜେ ହିଁ ଷ୍ଟଣ୍ଟ କରୁଥିଲେ। ଅଚାନକ ଇନ୍ଦର ଉଡ଼ନ୍ତା ହେଲିକପ୍ଟରରୁ ତଳକୁ ଖସିପଡ଼ିଲେ। ଫଳରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ଏଥିପାଇଁ ଡାକ୍ତର ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବିଶ୍ରାମ କରିବାକୁ କହିଥିଲେ।
ଏହାପରେ ଇନ୍ଦର ତିନି ବର୍ଷ ପର୍ଯ୍ୟନ୍ତ ଫିଲ୍ମଠାରୁ ଦୂରେଇ ରହିଲେ। ଫଳରେ ତାଙ୍କ କ୍ୟାରିଅର ବର୍‌ବାଦ୍ ହୋଇଗଲା।ସଲମାନ୍‌ ଖାନ୍‌ଙ୍କ ଘନିଷ୍ଠ ଥିଲେ

ଇନ୍ଦର ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କର ଘନିଷ୍ଠ ଥିଲେ। ସେ ସଲମାନ୍‌ଙ୍କ ସହିତ ‘କହିଁ ପ୍ୟାର୍ ନା ହୋ ଯାୟେ’, ‘ତୁମ୍‌କୋ ନା ଭୁଲ୍ ପାଏଙ୍ଗେ’ ଫିଲ୍ମରେ କାମ କରିଥିଲେ। ୨୦୦୯ରେ ସଲମାନ୍ ଇନ୍ଦରଙ୍କୁ ଫିଲ୍ମ ଓ୍ଵାଣ୍ଟେଡ୍‌ରେ ସୁଯୋଗ ଦେଇଥିଲେ। ଫିଲ୍ମଟି ସେତେବେଳେ ସୁପରହିଟ୍ ହୋଇଥିଲା। ଇନ୍ଦରଙ୍କ ପାଖରେ ଯେତେବେଳେ କାମ ନଥିଲା, ସେତେବେଳେ ସଲମାନ୍ ଖାନ୍ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଏକଥାକୁ ଇନ୍ଦରଙ୍କ ପତ୍ନୀ ଏକ ସାକ୍ଷାତକାରରେ ମଧ୍ୟ ସ୍ଵୀକାର କରିଥିଲେ।

Comment