ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏନେଇ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏହି ବନ୍ୟା ବିତ୍ପାତରେ ଅନୁଗୁଳ, ବାଲେଶ୍ଵର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛନ୍ତି।

ସେହିପରି ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।BGUରାଜ୍ୟର ୧୧୨ଟି ବ୍ଲକ୍, ୮୯୬ଟି ପଞ୍ଚାୟତ ଓ ୩,୨୫୬ଟି ଗାଁ ପ୍ରଭାବିତ ହୋଇଛି। ଏଥିସହ ବନ୍ୟାରେ ୨୧ ଟି ୟୁଏଲ୍‌ବି ସମେତ ୭୫ଟି ଓ୍ଵାର୍ଡ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ସେହିପରି ବନ୍ୟାରେ ୧୪,୩୨,୭୦୧ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୪୦ଟି ଗାଁ ଏବଂ ୨,୬୫,୭୨୩ ଜଣ ଲୋକ ଜଳ ବନ୍ଦୀ ହୋଇ ରହିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Comment