ଓଡ଼ିଶାଲାଇଭ୍ ବ୍ୟୁରୋRhea chakrabarti

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ତୃତୀୟ ଥର ପାଇଁ ଜେରା କରୁଛି। ସାଂତାକ୍ରୁଜ୍‌ସ୍ଥିତ ଡିଆଡିଓ ଗେଷ୍ଟ ହାଉସ୍‌ରେ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି।

ଏଥିସହ ରିୟାଙ୍କ ସହଯୋଗୀ ସାମୁଏଲ ମିରାଣ୍ଡା ମଧ୍ୟ ଡିଆଡିଓ ଗେଷ୍ଟ ହାଉସ୍‌ରେ ପହଞ୍ଚିଛନ୍ତି। ରିୟାଙ୍କ ସହିତ ସାମୁଏଲଙ୍କୁ ମଧ୍ୟ ସିବିଆଇ ଜେରା କରିବା।

ଏହା ପୂର୍ବରୁ ଗତ ଶୁକ୍ରବାର ରିୟାଙ୍କୁ ଦୀର୍ଘ ୧୦ ଘଣ୍ଟା ଏବଂ ଶନିବାର ୭ ଘଣ୍ଟା ଧରି ଜେରା କରିସାରିଛି ସିବିଆଇ। ଆଜି ତୃତୀୟ ଥର ପାଇଁ ତାଙ୍କୁ ଜେରା କରାଯାଉଛି।BGUଆଜି ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହିତ ରିୟା ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ। ଅନ୍ୟପଟେ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିଯୋଗ କରିବା ପରେ ଗେଷ୍ଟ ହାଉସ୍ ଆସିବା ସମୟରେ ରିୟାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସିବିଆଇ ମୁମ୍ବାଇ ପୋଲିସକୁ ଅନୁରୋଧ କରିଥିଲା। ତେଣୁ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି।

Comment