ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ ବିବାଦୀୟ ହୋଇପଡ଼ିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଅଭିନେତ୍ରୀ କଙ୍ଗନାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି।

ଶିବସେନା ଆଇଟି ସେଲ ଶ୍ରୀନଗର ପୋଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଏତଲା ଦେଇଛି। ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର କହିଥିବା ଅଭିଯୋଗରେ ଏହି ଏତଲା ଦିଆଯାଇଛି।BGU

ସୁଶାନ୍ତ ସିଂଙ୍କ ମୃତ୍ୟୁପରେ ନେପୋଟିଜିମ, ବଲିଉଡ ମାଫିଆ, ଡ୍ରଗ୍ସ ଲିଙ୍କ ଆଦି ପ୍ରସଙ୍ଗ ଉଠାଇଥିଲେ କଙ୍ଗନା। ଯାହାକୁ ନେଇ ସେ ବିବାହ ଘେରକୁ ଆସିଥିଲେ। ଏଥିସହ ମୁମ୍ବାଇକୁ ପିଓକେ କହି ଓ ମୁମ୍ବାଇ ପୋଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଶିବସେନାର ଆକ୍ରୋଶର ଶିକାର ହୋଇଥିଲେ।

Comment