ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୧ ବର୍ଷୀୟ ଧୀରେନ୍ଦ୍ର ନାଥ ଦାସ।

  • ସମ୍‌ ହସ୍ପିଟାଲର ସଫଳ ଚିକିତ୍ସା
  • ସୁସ୍ଥ ହେଲେ ୯୧ ବର୍ଷୀୟ କରୋନା ଆକ୍ରାନ୍ତ
  • ମୁଖ୍ୟମନ୍ତ୍ରୀ ଓ ସୋଆର ପ୍ରତିଷ୍ଠାତାଙ୍କୁ ପ୍ରଶଂସା କଲେ ପୁଅ

ବାର୍ଦ୍ଧକ୍ୟଜନିତ ସମସ୍ୟା ହେତୁ ଠିକ୍ ଭାବେ ଚାଲିପାରୁନାହାନ୍ତି। ଦୁଇ ଗୋଡ଼ରେ ରଡ୍ ଲାଗିଥିବା ବେଳେ ପରିସ୍ରା କରିବାରେ ସମସ୍ୟା ଉପୁଜୁଥିଲା। ପ୍ରୋଷ୍ଟେଟ୍ ସମସ୍ୟା ରହିଥିଲା। କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଥିଲା। କିନ୍ତୁ ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍‌ଙ୍କର ସଫଳ ଚିକିତ୍ସା ଓ ସେବା ଫଳରେ ୯୧ ବର୍ଷୀୟ ଜଣେ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାକୁ ହରାଇଥିବା ଏହି ବ୍ୟକ୍ତିଜଣକ ହେଉଛନ୍ତି ପ୍ରେସ୍ ଇନ୍‌ଫର୍‌ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ କେନ୍ଦ୍ରର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧୀରେନ୍ଦ୍ର ନାଥ ଦାସ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ଧୀରେନ୍ଦ୍ର ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲର ଡାକ୍ତର ଓ ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶିଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ। ହସ୍ପିଟାଲର ନର୍ସମାନେ ତାଙ୍କୁ ନିଜ ହାତରେ ଖୁଆଇଦେବା ସହ ସମସ୍ତ ପ୍ରକାର ଯତ୍ନ ନେଇଥିଲେ।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ। ତାଙ୍କର ମନୋବଳ ଏବଂ ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ଧୀରେନ୍ଦ୍ରଙ୍କ ଝିଅ ଦେବଦତା ମହାପାତ୍ର।

ଏଥିସହିତ ସମ୍‌ କୋଭିଡ୍ ହସ୍ପିଟାଲର କୋଭିଡ୍ ଯୋଦ୍ଧା ଏବଂ ବିଶେଷ ଭାବେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ତାଙ୍କ ପୁଅ ଶୁଭଙ୍କର ଦାସ। ସେହିପରି ରାଜ୍ୟରେ କୋଭିଡ୍ ପରିଚାଳନା ନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।ସେହିପରି ସମ୍ କୋଭିଡ୍ ହସ୍ପିଟାଲରୁ ଚିକିତ୍ସିତ ହେବା ପରେ ଧୀରେନ୍ଦ୍ର ଦାସ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କେବଳ ଶ୍ରୀ ଦାସ ନୁହନ୍ତି, ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍‌ କୋଭିଡ୍ ହସ୍ପିଟାଲରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ‌ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା, ସେବା, ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି। କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଉଛନ୍ତି।

ଏଥିସହ ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଦ୍ଵାରା ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟରଗୁଡ଼ିକ ଏହି ମହାମାରୀର ମୁକାବିଲା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିଚାଲିଛି।

Comment