ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୀପିକାଙ୍କୁ ଖୁବଶୀଘ୍ର ହାଜର ହେବାକୁ ଡାକିପାରେ। ଏହି ମାମଲାରେ ଦୀପିକାଙ୍କ ନାଁ ଆସିବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

ରିପୋର୍ଟ ଅନୁସାରେ ଏନସିବି ହାତରେ ଦୀପିକାଙ୍କର ଏକ ପୁରୁଣା ହ୍ୱାଟସଆପ୍‌ ଚାଟ ପଡ଼ିଛି। ଯେଉଁଥିରେ ଦୀପିକା ଏକ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିରେ କାମ କରୁଥିବା କରିସ୍ମାକୁ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ କରିଛି ଏନସିବି। ତେଣୁ ଉଭୟ କରିସ୍ମା ଓ ଦୀପିକାଙ୍କୁ ଜେରା ହୋଇପାରେ।

ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି। ଏମାନେ ସୁଶାନ୍ତଙ୍କ ସହ ବିଭିନ୍ନ ସମୟରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଅଭିନେତା ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହ ଓ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ପଚରାଉଚରା ପାଇଁ ପୁଣିଥରେ ସମନ କରିଛି ଏନସିବି। ଆଗକୁ ଏହି ମାମଲାରେ ଆହୁରି ବଡ଼ ବଡ଼ ଷ୍ଟାରଙ୍କ ନାଁ ମଧ୍ୟ ଆସିପାରେ ବୋଲି ଅନୁମାନ ମଧ୍ୟ ହେଉଛି।

Comment