ଓଡ଼ିଶାଲାଇଭ୍‌ ବ୍ୟୁରୋcorona test

ଏଣିକି ମୃତ ବ୍ୟକ୍ତିଙ୍କର କରୋନା ଟେଷ୍ଟ ହେବ ନାହିଁ। ଏନେଇ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର।

ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ହେବା ଦ୍ୱାରା ପରିବାର ଲୋକଙ୍କ ଶବ ହସ୍ତାନ୍ତର କରିବାରେ ବିଳମ୍ବ ହେଉଛି। ଯାହାଦ୍ୱାରା ମୃତକଙ୍କ ପରିବାର ଲୋକ ହନ୍ତସନ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏଥିସହିତ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କର ସମସ୍ତ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫଳରେ ଏବେ ରୋଗୀଙ୍କ ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ ପରୀକ୍ଷା ରିର୍ପୋଟ ଦେବାକୁ ହେବ। ରୋଗୀଙ୍କର ପୂର୍ବରୁ କେଉଁ ରୋଗ ଥିଲା, ଆଡମିଟ ହେବା ସମୟରେ ତାଙ୍କର କ’ଣ ଲକ୍ଷଣ ଥିଲା ସେ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡ଼ିବ। ଏଥିରେ କରୋନା ଚିକିତ୍ସା କରୁଥିବା ଡାକ୍ତର ନାଁ ଓ ଯୋଗାଯୋଗ ନମ୍ବର ମଧ୍ୟ ରହିବ।  

Comment