ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତ୍ରୀଙ୍କ ପରେ ଏବେ ପଡ଼ିବ ଅଭିନେତାଙ୍କ ପାଳି। ବଲିଉଡ୍ ଡ୍ରଗ୍ସ କାରବାର ଘଟଣା ନେଇ ଏନସିବି ଅଭିନେତ୍ରୀମାନଙ୍କୁ ଜେରା କରିବା ପରେ ଏବେ ଖୁବଶୀଘ୍ର କିଛି ଅଭିନେତାଙ୍କୁ ଡକାଇ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି।

ଡ୍ରଗ୍ସ କାରବାର ଘଟଣାରେ ବଲିଉଡର କିଛି ବଡ଼ ଅଭିନେତା ମଧ୍ୟ ସାମିଲ ଅଛନ୍ତି। ଏହି ଅଭିନେତାମାନେ ଲଗାତାର ଭାବେ ଡ୍ରଗ୍ସ କାରବାର ନେଇ କଥାବାର୍ତ୍ତା ହେଉଥିଲେ। ତେଣୁ ଏନସିବି ଏମାନଙ୍କୁ ସମନ ଜାରି କରିବା ସହିତ ପଚରାଉଚୁରା କରିବ ବୋଲି କୁହାଯାଉଛି।

କିଛି ଦିନ ତଳେ ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଏନସିବି ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କୁପର ଓ ରକୁଲ ପ୍ରୀତଙ୍କୁ ଜେରା କରିଥିଲା। ଏପରିକି ସେମାନଙ୍କ ଭିତରୁ ତିନି ଜଣ ଅଭିନେତ୍ରୀଙ୍କ ଫୋନକୁ ମଧ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜବତ କରିବା କରିଥିଲା। ହେଲେ ସେମାନେ କୌଣସି ଡ୍ରଗ୍ସ ସେବନ କରିନଥିବା ସିଧାସିଧା ଉତ୍ତର ରଖିଥିଲେ। ହେଲେ ଅଭିନେତ୍ରୀମାନଙ୍କର ଉତ୍ତରକୁ ନେଇ ଏନସିବି ସନ୍ତୁଷ୍ଟ ନଥିବା କହିଥିଲା। ଏବେ ଏହି ଡ୍ରଗ୍ସ କାରବାରରେ ଅଭିନେତାଙ୍କ ନାଁ ଉଠିବା ଏହି ଘଟଣାକୁ ନୂଆ ଦିଗ ଦେଇଛି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚକୁ ଏଥିରେ ଡ୍ରଗ୍ସ କାରବାରର ସୁରାକ୍ ମିଳିଥିଲା। ଏହାପରେ ଏହି ଘଟଣାର ତଦନ୍ତ ଏନସିବି ହାତକୁ ଯାଇଥିଲା। ତଦନ୍ତ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବାନ୍ଧବୀ ରିୟା ଓ ତାଙ୍କ ଭାଇଙ୍କ ସହିତ ଅନ୍ୟ କିଛି ଲୋକଙ୍କୁ ଗିରଫ କରିଛି।

Comment