ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲକ୍‌ ୫ରେ ଦେଶରେ କରୋନା କଟକଣା କୋହଳ ହୋଇଛି। ଦେଶରେ ଧାର୍ମିକ ସ୍ଥାନଗୁଡ଼ିକ ମଧ୍ୟ ଖୋଲୁଛି। ଭାରତୀୟ ରେଳ ସେବା ମଧ୍ୟ ଧୀରେ ଧୀରେ ଟ୍ରାକକୁ ଫେରୁଛି।ସ୍ୱତନ୍ତ୍ର ରେଳ ସହିତ ଭାରତୀୟ ରେଳ ଧାର୍ମିକ ସ୍ଥାନ ସହିତ ସଂଯୁକ୍ତ ରେଳ ସେବାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ ଦିଲ୍ଲୀରୁ କାଟରା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ସେବା ଖୁବଶୀଘ୍ର ଆରମ୍ଭ ହେବ। ନବରାତ୍ରି ପୂର୍ବରୁ ଏହି ଟ୍ରେନ ଚଳାଚଳ ଆରମ୍ଭ କରିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ଯେଉଁମାନେ ନବରାତ୍ରିରେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ଲାଭ ଉଠାଇପାରିବେ।

ଏହି ଟ୍ରେନ ମଙ୍ଗଳବାର ବ୍ୟତୀତ ସପ୍ତାହକ ୬ ଦିନ ଯାତ୍ରା କରିବ। ଏହି ଟ୍ରେନେ ୮ ଘଣ୍ଟା ଯାତ୍ରା କରି ଦିଲ୍ଲୀରୁ କଟରା ପହଞ୍ଚିବ। ଏହି ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ରହିବ। ତେବେ ଭକ୍ତ ଚାହିଁଲେ ଅନଲାଇନରେ ଟ୍ରେନ ଟିକେଟ ଆଜିଠାରୁ କରିପାରିବେ।

Comment