ଓଡ଼ିଶାଲାଇଭ୍ ବ୍ୟୁରୋ

ମେହେନ୍ଦୀ ଓ ଫରେବ ଆଦି ଫିଲ୍ମରେ ନଜର ଆସିଥିବା ବଲିଉଡ ଅଭିନେତା ଫରାଜ ଖାନ୍ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମହାଭାରତ ଅଭିନେତା ୟୁସୁଫ ଖାନ୍‌ଙ୍କ ପୁଅ ଫରାଜ ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆ ଯୋଗୁଁ ଗୁରୁତର ହୋଇପଡ଼ିଛନ୍ତି। ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପୂଜା ଭଟ୍ଟ ଟୁଇଟ୍ କରି ଫରାଜଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ପୂଜା ନିଜ ଟୁଇଟ୍‌ରେ ଲେଖିଛନ୍ତି, “ଦୟାକରି ଆପଣ ଯଥାସମ୍ଭବ ଏହି ଟୁଇଟ୍‌କୁ ସେୟାର କରନ୍ତୁ ଏବଂ ଫରାଜଙ୍କୁ ସାହାଯ୍ୟ କରନ୍ତୁ। ମୁଁ ମଧ୍ୟ କରୁଛି। ଆପଣମାନେ ସାହାଯ୍ୟ କଲେ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବି।” ଫରାଜଙ୍କ ବିଷୟରେ ଅନ୍ୟାନ୍ୟ ସୂଚନା ପୂଜା ସେୟାର କରିଥିବା ଫଣ୍ଡ୍ ରେଜର୍‌ରେ ଦିଆଯାଇଛି।

ଏହି ଫଣ୍ଡ୍ ରେଜର୍‌କୁ ଫରାଜଙ୍କ ପରିବାର ଲୋକେ ପ୍ରଥମେ ଆରମ୍ଭ କରିଥିଲେ। ଏଥିରୁ ମିଳିଥିବା ସୂଚନା ଅନୁଯାୟୀ, ଫରାଜ ପାଖାପାଖି ବର୍ଷେ ହେଲା ଛାତିରେ କଫ ଓ ସଂକ୍ରମଣ ସହ ଲଢ଼ୁଛନ୍ତି। ନିକଟରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଫରାଜଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ୨୫ ଲକ୍ଷ ଟଙ୍କା ନିହାତି ଜରୁରୀ। ଏ ବିଷୟରେ ତାଙ୍କ ଫଣ୍ଡ୍ ରେଜର୍‌ରେ ବି କୁହାଯାଇଛି। ବର୍ତ୍ତମାନ ଏହି ପାଣ୍ଠି ସଂଗ୍ରହ ଅଭିଯାନ ମାଧ୍ୟମରେ ପ୍ରାୟ ୩ ଲକ୍ଷ ଟଙ୍କା ଜମା ହୋଇପାରିଛି। କିନ୍ତୁ ଏବେ ବି ଆହୁରି ୨୨ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।

Comment