ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଡ଼ୁଆରେ ବଲିଉଡର ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକବ୍ରର୍ତ୍ତୀ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ମହାଅକ୍ଷୟଙ୍କ ନାଁରେ ଆସିଛି। ମହିଳା ଜଣକ ମୁମ୍ବାଇର ଓ୍ୱାସିଆରା ଥାନାରେ ଗତ ୧୫ ତାରିଖରେ ତାଙ୍କ ବିରୋଧରେ ଏନେଇ ଏତଲା ଦେଇଛନ୍ତି।

ଅଭିଯୋଗକାରିଣୀ ମହିଳା ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଓ ଜଣେ ମଡେଲ। ତାଙ୍କ ଅଭିଯୋଗ ଯେ ସେ ୨୦୧୫ ମସିହାରୁ ମହାଅକ୍ଷୟଙ୍କ ସହ ତାଙ୍କର ସମ୍ପର୍କ ଥିଲା। ମହାଅକ୍ଷୟ ତାଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ। ଏମିତିକି ଘରକୁ ଡାକି ନିଶା ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ। ପରେ ଯେତେବେଳେ  ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ମହାଅକ୍ଷୟ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ।

ଏଥିରେ ମହାଅକ୍ଷୟଙ୍କ ମା’ ଯୋଗିତା ମଧ୍ୟ ସାମିଲ ଥିଲେ ବୋଲି ମହିଳା ଜଣକ ନିଜ ଅଭିଯୋଗରେ କହିଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ମହାଅକ୍ଷୟ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Comment