ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଆଜି ପୋଲିସ ସ୍ମୃତି ଦିବସ ପାଳିତ ହେଉଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଦେଶସେବାରେ ବଳିଦାନ ଦେଇଥିବା ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଟୁଇଟ କରି ମୋଦୀ ଲେଖିଛନ୍ତି,‘‘ପୋଲିସ ସ୍ମୃତି ଦିବସ ହେଉଛି ସହିଦ ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଇବା। ତାଙ୍କର ବଳିଦାନ ଏବଂ ସେବା ସର୍ବଦା ସ୍ମରଣୀୟ ରହିବ’’।

ସେହିପରି ପୋଲିସ ସ୍ମୃତି ଦିବସ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକରେ ପହଞ୍ଚି ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ଆମେ ଦେଶର ପୋଲିସ ଦେଶସେବା ପାଇଁ ନିଜର ପ୍ରାଣବଳୀ ଦେଇଛନ୍ତି। ସେହିମାନଙ୍କ ବଳିଦାନ ପାଇଁ ଦେଶ ଆଜି ବିକାଶ କରୁଛି ଏବଂ ଆଗକୁ ବଢ଼ୁଛି’’, କହିଛନ୍ତି ଶାହ।

୧୯୫୯ରେ ଲଦାଖରେ ସୀମାର ସୁରକ୍ଷା ପାଇଁ ଚୀନ ସହ ଲଢ଼ି ଦେଶର ୧୦ ଜଣ ପୋଲିସ ଆଜିର ଦିନରେ ନିଜର ଜୀବନ ଦେଇଥିଲେ। ସେହିମାନଙ୍କ ସ୍ମୃତିରେ ଏହି ଦିବସ ପ୍ରତିବର୍ଷ ପାଳିତ ହେଉଛି।

Comment